www.samajalive.in
Sunday, December 7, 2025
13.1 C
Bhubaneswar

ଧନତେରସ : ଜାଣନ୍ତୁ ରାଶି ଅନୁଯାୟୀ କ’ଣ କିଣିବେ

ଆଜି ଓ କାଲି ଅର୍ଥାତ୍‌‌ ୨୨-୨୩ ଅକ୍ଟୋବରରେ ଧନତେରସର ପର୍ବ ପାଳନ କରାଯିବ। ଏହିଦିନ ସୁନା,ଚାନ୍ଦି ଓ ଅନ୍ୟାନ୍ୟ ଆଭୂଷଣ ଓ ଧାତୁର ବାସନକୁସନ କିଣିବାର ପରମ୍ପରା ରହିଛି। କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ୨୨ ଅକ୍ଟୋବର ୨୦୨୨ରେ ସନ୍ଧ୍ୟା ୬ଟା ୦୨ ମିନିଟରେ ଆରମ୍ଭ ହେବ। ଏହା ୨୩ ଅକ୍ଟୋବର ୨୦୨୨ ତ୍ରୟୋଦଶୀ ତିଥି ସନ୍ଧ୍ୟା ୬ଟା ୦୩ ମିନିଟରେ ଶେଷ ହେବ।
ଧନତେରସ ଦିନ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଆପଣଙ୍କୁ ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ରକୁ ସ୍ଥାପିତ କରି ପୂଜାର୍ଚ୍ଚନା କରିବା ଉଚିତ୍‌‌। ଦୀପାବଳି ଯାଏଁ ପୂଜା କରି ଏହାକୁ ଘରେ କିମ୍ବା କାର୍ଯ୍ୟାଳୟରେ ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।
ଧନତେରସରେ ଶୁଭ କାର୍ଯ୍ୟ କରିବା ସହ ନୂଆ ଜିନିଷ କିଣି ଘରକୁ ଆଣନ୍ତୁ। ଏହାର ଖୁବ ମହତ୍ତ୍ୱ ରହିଛି।
ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ବିଶେଷ ଘରର ସାଜସଜ୍ଜା ଜିନିଷ, ପୋଷାକ, ପିତ୍ତଳର ବାସନ, ଘର ଓ ରତ୍ନ ମଧ୍ୟ କିଣିପାରିବେ।
କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତିବିଶେଷ ଧନତେରସରେ ସୁନା,ଚାନ୍ଦିର ଟଙ୍କା, ନୂଆ ଯାନ,ବାସନକୁସନ,ବାସନ,ଫର୍ଣ୍ଣିଚର ଓ ବୈଦୁତିକ ଜିନିଷ ମଧ୍ୟ କିଣିପାରିବେ।
ସେହିପରି ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ବିଶେଷ ସୁନା, ଚାନ୍ଦିର ଟଙ୍କା, ଆଭୂଷଣ, ବାସନ,ପୋଷାକ,ପିତ୍ତଳ ଜିନିଷ ସହ କେସର, ଚନ୍ଦନ, ଭୂମି ଓ ଘର ନିଜ ସାମର୍ଥ୍ୟ ଅନୁଯାୟୀ କିଣିପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories