ମୁମ୍ବଇ : ବଲିଉଡ଼ ଅଭିନେତା ଭିକି କୌଶଲଙ୍କ ଅଭିନୀତ ପ୍ରଥମ ହରର୍ ଚଳଚ୍ଚିତ୍ର ‘ଭୂତ୍’ର ପୋଷ୍ଟର ସୋମବାର ରିଲିଜ୍ ହୋଇଛି। ପୋଷ୍ଟରରେ ଭିକିଙ୍କର ଚିଲାଉଥିବା ମୁହଁ ଦେଖିବାକୁ ମିଳିଛି ଓ ତାଙ୍କ ମୁହଁ ଉପରେ ଏକ ଭୟଙ୍କର ହାତ ରହିଛି। ଚଳଚ୍ଚିତ୍ରର ଅନ୍ୟ କିଛି ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କୁ ଏକ ଜାହାଜ ଉପରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରରେ ଭିକିଙ୍କ ବିପକ୍ଷରେ ଭୂମି ପେଡନେକର ଅଭିନୟ କରିଛନ୍ତି। ଭାନୁ ପ୍ରତାପ ସିଂହ ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଶଶାଙ୍କ ଖେତନ ଓ କରଣ ଜୋହରଙ୍କ ମିଳିତ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଚଳିତ ବର୍ଷ ୧୫ ନଭେମ୍ବରରେ ‘ଭୂତ୍’ ମୁକ୍ତିଲାଭ କରିବ। ପ୍ରକାଶ ଯେ, ପ୍ରାୟ ଦେଢ ମାସ ତଳେ ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଭିକି ଗୁରୁତର ଭାବେ ଆହତ ହୋଇଥିଲେ।
ପ୍ରଥମ ଥର ପାଇଁ ହରର୍ ଚଳଚ୍ଚିତ୍ରରେ ଭିକି ; ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର
Popular Categories



