www.samajalive.in
Saturday, December 13, 2025
15.1 C
Bhubaneswar

ଦାଦନ ଦୁଃଖ : ଉପଯୁକ୍ତ ଚିକିତ୍ସା ପାଇଁ ହନ୍ତସନ୍ତ, ଫେରାଇ ଦେଲା ଭୀମଭୋଇ ମେଡିକାଲ

ପାଟଣାଗଡ : ଦାଦନ ଖଟିବାକୁ ଯାଇ ଫେରିବା ପରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଜଣେ ୧୪ ବର୍ଷିୟା ନାବାଳିକା ଗୁରୁତର ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ପକ୍ଷରୁ ସଂଗରୋଧ ୱାର୍ଡରେ ଭର୍ତ୍ତି କରା ନ ଯାଇ ଫେରାଇ ଦିଆଯାଇଥିବା ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଏହି ବ୍ଲକ ଗଙ୍ଗାସାଗର ପଞ୍ଚାୟତ ଅନ୍ତର୍ଗତ ପୋଡଛାପର ଗ୍ରାମର ହନୁ ମାଝୀ ସପରିବାର ଅର୍ଥ ଉପାର୍ଜନର ନିଶାରେ ତେଲେଙ୍ଗାନାର ମେହେବୁବନଗରକୁ ପ୍ରାୟ ୪ ମାସ ତଳେ ଯାଇଥିଲେ। ସମଗ୍ର ଦେଶରେ ଚାଲିଥିବା ଲକଡାଉନ ଯୋଗୁଁ ଗତ ୨୫ ତାରିଖ ଦିନ ପାଟଣାଗଡ ପହଞ୍ଚିବା ପରେ ତାଙ୍କୁ ଦିନକ ପାଇଁ ସ୍ଥାନୀୟ ଜବାହରଲାଲ ମହାବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଥିଲା। ପରେ ୨୬ ତାରିଖ ଦିନ ଲରମ୍ଭା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ହନୁ ଏବଂ କଳାବତୀଙ୍କ ଝିଅ ସାଧିନୀ ମାଝି(୧୪) ଗୁରୁତର ଅସୁସ୍ଥ ହୋଇପଡିବା ପରେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କର ଚିକିତ୍ସା କରିଥିଲେ ମଧ୍ୟ ସଫଳ ନ ହେବା ପରେ ତାଙ୍କୁ ୨୭ ତାରିଖ ଦିନ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାରମ୍ବାର ବାନ୍ତି ହେବା ସହ ମୁଣ୍ଡ ବୁଲାଇବା ଏବଂ ଆଖିକୁ ଦେଖାଯାଉନଥିବା ତାଙ୍କର ବାପା ହନୁ ମାଝି କହିଥିଲେ। ଡାକ୍ତରମାନେ ସେ ଗୁରୁରତର ଭାବରେ ଜଣ୍ଡିସରେ ଆକ୍ରନ୍ତ ହୋଇଥିବା ଜାଣିବା ପରେ ୨୮ ତାରିଖ ଦିନ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜର ସଂଗରୋଧ ୱାର୍ଡକୁ ପଠାଇ ଦେଇଥିଲେ। ତେବେ ପରିତାପର ବିଷୟ ଆମ୍ବୁଲାନ୍ସ ଚାଳକଙ୍କ ସହ ଉଭୟ ବାପ-ଝିଅ ଅପରାହ୍ଣ ୩ ଘଣ୍ଟାରୁ ୬ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ବହୁ କାକୁତି ମିନତି କରିଥିଲେ ମଧ୍ୟ ସେମାନଙ୍କ କଥା ମଧ୍ୟ ନ ଶୁଣି ପୁଣି ଥରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରାଇ ଦିଆଯାଇଥିଲା। ଗତକାଲି ରାତିରେ ଉକ୍ତ ନାବାଳିକାକୁ ସେଠାରେ ରଖାଯିବା ପରେ ଆଜି ସକାଳୁ ପାଟଣାଗଡ ଉପଖଣ୍ଡୀୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

- Advertisement -

ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଦିଲ୍ଲିପ କୁମାର ବିଶ୍ୱାଳଙ୍କ କହିବାନୁଯାୟୀ ବୃକକ ଜନିତ ରୋଗରୁ ଅତି ଉଚ୍ଚ ରକ୍ତଚାପରେ ଝିଅଟି ପୀଡିତ ଥିବା ସହ ଅତି ଗୁରୁତର ଭାବରେ ଜଣ୍ଡିସ ଆକ୍ରନ୍ତ ହୋଇପଡିଛି। ଏହାଛଡା ରୋଗୀର ଆଖି ଉପରେ ମଧ୍ୟ ପ୍ରଭାବ ପଡିଥିବା ହେତୁ ସେ ଦେଖିପାରୁନାହିଁ। ଡାକ୍ତରଖାନା ପକ୍ଷରୁ ତାର ଉପଯୁକ୍ତ ଯତ୍ନ ନିଆଯାଉଥିଲେ ମଧ୍ୟ ରୋଗୀର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ବୋଲି ଡାକ୍ତର ବିଶ୍ୱାଳ କହିଛନ୍ତି। ଅନ୍ୟପଟେ ଝିଅ ସହ କେବଳ ତାର ମାଆ କଳାବତୀଙ୍କୁ ଏଠାରେ ରଖାଯାଇ ବାପ ହନୁଙ୍କୁ ପୁଣି ଥରେ ଫେରାଇ ନିଆଯାଇଛି ଲରମ୍ଭା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ। କିନ୍ତୁ ଝିଅର ଏଭଳି ଅବସ୍ଥାରେ ନିଜ ସ୍ୱାମୀଙ୍କୁ ମଧ୍ୟ ପାଟଣାଗଡ ଡାକ୍ତରଖାନାର ସଂଗରୋଧ ୱାର୍ଡରେ ରଖାଯାଉ ବୋଲି ନିବେଦନ କରିଛନ୍ତି କଳାବତୀ।

ସମସ୍ତେ ହାତପାଆନ୍ତାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହି ଘଟଣା ତାହାର ପ୍ରକୃତ ରୂପକୁ ପଦାରେ ପକାଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ତେବେ ସରକାର ଏବଂ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ଉକ୍ତ ନିଷ୍ପାପ ବାଳିକାକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ଜରୁରୀ ବୋଲି ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories