www.samajalive.in
Sunday, December 7, 2025
14.1 C
Bhubaneswar

ଖରିଫ ପାଇଁ ଇନ୍ଦ୍ରାବତୀରୁ ଜଳସେଚନ ଆରମ୍ଭ; ସର୍ବନିମ୍ନ ସ୍ତରରେ ଜଳଭଣ୍ଡାର

ଭବାନୀପାଟଣା: ଆସନ୍ତା ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବୁଧବାରଠାରୁ ଜଳସେଚନ ଆରମ୍ଭ ହୋଇଛି। ମଙ୍ଗଳପୁର ବ୍ୟାରେଜରେ ବିଭାଗୀୟ ଯନ୍ତ୍ରୀମାନେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଉଭୟ ଦକ୍ଷିଣ ଏବଂ ବାମ କେନାଲରୁ ଜଳସେଚନ ଆରମ୍ଭ ହୋଇଛି। ତେବେ ସଂପ୍ରତି ଜଳଭଣ୍ଡାରେ ଜଳସ୍ତର କମ୍‌ ଥିବାବେଳେ ଆସନ୍ତା କିଛି ଦିନ ମଧ୍ୟରେ ଉପରମୁଣ୍ଡରେ ବର୍ଷା ନହେଲେ ଜଳଭଣ୍ଡାରରେ ପରିସ୍ଥିତି ବିଗିଡିବା ଆଶଙ୍କା ରହିଛି।

ସୂଚନା ଅନୁଯାୟୀ, ପ୍ରକଳ୍ପର ଦକ୍ଷିଣ ମୁଖ୍ୟ କେନାଲ ଦ୍ଵାରା ୨୫,୮୪୬ ହେକ୍ଟର ଜମିରେ ଜଳସେଚନ କରାଯିବ। ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜୟପାଟଣା ବ୍ଲକର ୧୪ଟି ଗାଁ ଅନ୍ତର୍ଗତ ୩୨୦୦ ହେକ୍ଟର, କଲମପୁର ବ୍ଲକର ୨୬ଟି ଗ୍ରାମ ଅନ୍ତର୍ଗତ ୫୪୭୨ ହେକ୍ଟର, ଜୁନାଗଡ଼ ବ୍ଲକର ୮୪ ଟି ଗ୍ରାମର ୧୭,୧୭୨ ହେକ୍ଟର ଜମିକୁ ଜଳସେଚନ କରାଯିବ। ସେହିଭଳି ପ୍ରକଳ୍ପର ବାମ ମୁଖ୍ୟ କେନାଲ ଦ୍ଵାରା ଜୟପାଟଣା ବ୍ଲକର ୪୨ ଗାଁ ଅନ୍ତର୍ଗତ ୧୩,୫୬୬ ହେକ୍ଟର, କଲମପୁର ବ୍ଲକର ୨୨ଟି ଗ୍ରାମ ଅନ୍ତର୍ଗତ ୫୭୪୧ ହେକ୍ଟର, ଜୁନାଗଡ଼ ବ୍ଲକର ୫୨ ଗାଁର ୧୫,୭୧୬ ହେକ୍ଟର, କୋକସରା ବ୍ଲକର ୮ଟି ଗ୍ରାମ ଅନ୍ତର୍ଗତ ୨୮୪୪ ହେକ୍ଟର, ଧର୍ମଗଡ ବ୍ଲକର ୮ଟି ଗାଁର ୧୯୬୦ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା କରାଯିବାକୁ କାର୍ଯ୍ୟକ୍ରମ ହୋଇଛି।

- Advertisement -

ସୂଚନା ଅନୁଯାୟୀ, ଜୟପାଟଣା ବ୍ଲକ ର ମୋଟ ୮୦ ଗ୍ରାମର ୨୫,୪୪୧ ହେକ୍ଟର, କଲମପୁର ବ୍ଲକର ୪୮ ଟି ଗାଁର ୧୧,୨୧୪ ହେକ୍ଟର, ଜୁନାଗଡ଼ ବ୍ଲକର ୧୩୭ ଟି ଗାଁ ଅନ୍ତର୍ଗତ ୩୨,୯୦୯ ହେକ୍ଟର ଜମି, କୋକସରା ବ୍ଲକର ୪୯ ଟି ଗାଁ ର ୧୪,୫୮୫ ହେକ୍ଟର ଜମି, ଧର୍ମଗଡ ବ୍ଲକର ୩୦ଟି ଗାଁ ଅନ୍ତର୍ଗତ ୨୦,୦୧୮ ହେକ୍ଟର ଜମି, ଗୋଲାମୁଣ୍ଡା ବ୍ଲକର ୫୩୬୭ ହେକ୍ଟର ଜମି, ଭବାନୀପାଟଣା ବ୍ଲକର ୩୨ଟି ଗ୍ରାମ ଅନ୍ତର୍ଗତ ୫୯୧୪ ହେକ୍ଟର ଜମି, କେସିଙ୍ଗା ବ୍ଲକର ୧୭ଟି ଗାଁ ଅନ୍ତର୍ଗତ ୨୩୨୦ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯିବାକୁ ପ୍ରସ୍ତୁତି ଚୂଡାନ୍ତ ହେଇଛି। ସେହି ଅନୁଯାୟୀ ଇନ୍ଦ୍ରାବତୀ ପ୍ରକଳ୍ପର ବାମ, ଦକ୍ଷିଣ ଏବଂ ଲିଫ୍ଟ କେନାଲ ମାଧ୍ୟମରେ ଜିଲ୍ଲାର ମୋଟ ୩୯୩ଟି ଗ୍ରାମ ଅନ୍ତର୍ଗତ ୧,୧୮,୦୪୧ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା କରାଯାଇଛି। ତେବେ ଜଳଭଣ୍ଡାରର ବର୍ତ୍ତମାନର ସ୍ଥିତି ଆବଶ୍ୟକ ମୁତାବକ ଜଳ ନଥିବାରୁ ମୌସୁମୀ ସକ୍ରିୟ ନହେଲେ ଜଳସେଚରେ ବାଧାପ୍ରାପ୍ତ ହେଇପାରେ ବୋଲି ଚାଡ଼ିଶକରେ ଆଶଙ୍କା ପ୍ରକାଶ ପାଇଛି। ସୂଚନା ମୁତାବକ, ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ସର୍ବନିମ୍ନ ସ୍ତରକୁ ଖସି ୬୨୭.୪୦ରେ ପହଞ୍ଚିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରକଳ୍ପର ତିନୋଟି କେନାଲ ଦ୍ଵାରା ଜଳସେଚନ ପାଇଁ ଦୈନିକ ପ୍ରାୟ ୫୦ କ୍ୟୁସେକ୍‌ ପାଣି ଆବଶ୍ୟକ ଥିବବେଳେ ବର୍ତ୍ତମାନ ଗଚ୍ଛିତ ଥିବା କଳାର ପରିମାଣ କମ୍‌ ଥିବାରୁ ଏହା କେତେଦିନ ଚାଷ ପାଇଁ ସହାୟକ ହେବ ସେନେଇ ଚାଷୀ ମହଲରେ ସନ୍ଦେହ ଉପୁଜିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories