ଆରଡି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଵ୍ଲକ ତଳିଆ ଅଞ୍ଚଳ, ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ପଞ୍ଚାୟତରେ ଦେଖାଦେଇଥିବା ବୈତରଣୀ ନଦୀର ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତ୨ଦିନ ଧରି ଚାନ୍ଦବାଲିର ୪ପଞ୍ଚାୟତରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ବହୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଗାଁ ଦାଣ୍ଡ, ସାହି ଆଦି ସ୍ଥାନ ଵୁଡିଥିଲା। ମଙ୍ଗଳଵାର ଗାଁରୁ ପାଣି କମିଥିଲେ ମଧ୍ୟ ଶହଶହ ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ଆରଡି, ମୁଆ , ସନ୍ତରା, ସିଙ୍ଗିପୁର, ବାତୋଳ, ଶୀତଳପୁର, ଓଳଗ, ଷାଠିଵାଙ୍କୁଡା, ଵୋଡକ, ଦୋହରାପାଟଣା, ଅମୃତମଣୀ, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, ଚମ୍ପାସାହି, ନାନ୍ଦପୁର, ପହଣା, କୋଇଲିଖିଆ , ପାଲଟପୁର, ବାଙ୍କମୁଆ ଆଦି ୨୦ଟି ଗାଁ ପ୍ରଭାବିତ ହୋଇଛନ୍ତି ଶହଶହ ଚାଷୀ।
ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ବିଶେଷକରି ଶହଶହ ଗୋରୁ ଦୀର୍ଘ ୪ଦିନ ହେବ ବାହାରକୁ ଯାଇନପାରି ଗାଁ ଦାଣ୍ଡରେ ବନ୍ଧା ହୋଇ ରହିଛନ୍ତି। ସେହିପରି ୪/୫ଦିନ ହେବ ଚାଷଜମିରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ପଚିଶଢି ଯିବାକୁ ବସିଲାଣି ରୁଆ ଓ ବେଉଷଣ ହୋଇଥିବା ସାରଦା ଧାନତଳି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ।



