www.samajalive.in
Monday, December 8, 2025
13.1 C
Bhubaneswar

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା : ମଥୁରା ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଦୁର୍ଘଟଣାରେ ମୃତ ଚାଳକଙ୍କ ପରିବାରର ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଭବାନୀପାଟଣାରୁ ଜୟପୁର ମଧ୍ୟରେ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଉଲ୍ଲେଖଯୋଗ୍ୟ ସକାଳେ ଏକ ଟ୍ରକକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଲେରୋ ଚାଳକ ଦୀଲିପ ନାଏକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇଁ ମହୁଳପାଟଣା, ବିରିକୋଟ ଅଞ୍ଚଳରୁ ସମ୍ପର୍କୀୟମାନେ ଆସି କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଛନ୍ତି। ଜୁନାଗଡ଼ ଥାନା ପୁଲିସ, ଜୁନାଗଡ଼ ତହସିଲଦାର ବୁଝାସୁଝା ସତ୍ତ୍ୱେ ଅପରାହ୍ନ ଯାଏଁ ରାସ୍ତାରୋକ ହଟି ନଥିଲା। ରାସ୍ତାରୋକ ଯୋଗୁଁ ୨୬ ନମ୍ୱର ଜାତୀୟ ରାଜପଥରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି।

ରାଜ୍ୟରେ ଡ୍ୟାନ୍ସ ବାର୍‌ ସମ୍ପୂର୍ଣ୍ଣ ବନ୍ଦ ହେବ -ଅବକାରୀ ମନ୍ତ୍ରୀ

- Advertisement -

 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories