www.samajalive.in
Sunday, December 7, 2025
14.1 C
Bhubaneswar

କଲକାତା ଲଜ୍ଜା: ସିବିଆଇ ହାତରେ ସିସିଟିଭି ଫୁଟେଜ, ଘଟଣା ଦିନ ପୀଡ଼ିତାଙ୍କୁ ଚାହିଁ ରହୁଥିଲା ଅଭିଯୁକ୍ତ ସଞ୍ଜୟ

ସମାଜ ଡିଜିଟାଲ ଡେସ୍କ: କଲକାତା ଆର ଜି କର ମେଡିକାଲର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି। ପୀଡ଼ିତା କାମ କରୁଥିବା ଛାତି ବିଭାଗରେ ଲାଗିଥିବା କ୍ୟାମେରାରୁ ସିବିଆଇ ଫୁଟେଜ ସଂଗ୍ରହ କରିଛି। ଅଭିଯୁକ୍ତ ସଞ୍ଜୟ ରଏ ଘଟଣା ଦିନ ପୀଡ଼ିତାଙ୍କୁ ଚାହିଁ ରହୁଥିବା ଏବଂ ତାଙ୍କ ନିକଟରେ ଏପଟସେପଟ ହେଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ସିବିଆଇ ପକ୍ଷରୁ ଅଭିଯୁକ୍ତର ସାଇକୋ ଆନାଲିସିସ(ମନସ୍ତାତ୍ଵିକ ବିଶ୍ଳେଷଣ) ପରୀକ୍ଷା କରାଯାଇଛି, ଯେଉଁଥିରେ ଅଧିକାରୀମାନେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସଞ୍ଜୟ ଏକ ଯୌନ ପୀପାସୁ ଏବଂ ପାଶବିକ ପ୍ରବୃତ୍ତିର ବ୍ୟକ୍ତି ଥିଲା ବୋଲି ଅଧିକାରୀମାନେ କହିଛନ୍ତି।

- Advertisement -

ଅଗଷ୍ଟ ୮ ତାରିଖ ପୂର୍ବାହ୍ନ ୧୧ଟାରେ ସଞ୍ଜୟ ଛାତି ବିଭାଗ ଓ୍ବାର୍ଡରେ ଉପସ୍ଥିତ ଥିଲା। ଯେଉଁଠାରେ ପୀଡ଼ିତା ଏବଂ ୪ ଜଣ କନିଷ୍ଠ ଡାକ୍ତର ବି ଥିଲେ। ସଞ୍ଜୟ କିଛି ସମୟ ଧରି ପୀଡ଼ିତାଙ୍କୁ ନିରୀକ୍ଷଣ କରିବା ପରେ ସେଠାରୁ ଚାଲିଯାଇଥିଲା। ଏହା ପରେ ସନ୍ଧ୍ୟାରେ ସଞ୍ଜୟ ପୁଣି ଥରେ ଓ୍ବାର୍ଡରେ ପ୍ରବେଶ କରିଥିଲା। ରାତିରେ ପୀଡ଼ିତା ଭୋଜନ ପାଇଁ ଅନ୍ୟ ୪ କନିଷ୍ଠ ଡାକ୍ତରଙ୍କ ସହିତ ଓ୍ବାର୍ଡରୁ ବାହାରି ଚାଲିଯାଇଥିଲେ। ପରେ ରାତି ପ୍ରାୟ ୧ଟା ସମୟରେ ସେ ବିଶ୍ରାମ ନେବାକୁ ସେମିନାର ହଲ୍‌କୁ ଯାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ଜଣେ କନିଷ୍ଠ ଡାକ୍ତର ପୀଡ଼ିତାଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ। ଏହା ପରେ ପୀଡ଼ିତା ସେମିନାର ହଲ୍‌ରେ ଶୋଇପଡ଼ିଥିଲେ। ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ସଞ୍ଜୟ ରାତି ପ୍ରାୟ ୪ଟାରେ ପୁଣି ଥରେ ହସ୍ପିଟାଲ ଆସିଥିଲା। ତେଣୁ ସେ ସେମିନାର ହଲ୍‌କୁ ଯାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ତଦନ୍ତକାରୀ ଦଳ ଅନୁମାନ କରୁଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories