www.samajalive.in
Sunday, December 14, 2025
14.1 C
Bhubaneswar

ପରିବାରରେ ମହିଳାଙ୍କ କାର୍ଯ୍ୟକୁ ମିଳେନାହିଁ ଅର୍ଥନୈତିକ ସ୍ୱୀକୃତି

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ତରଫରୁ ପିଜି କାଉନସିଲ୍ ସେମିନାର ହଲ୍ ପରିସରରେ ଏକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ବକ୍ତବ୍ୟମାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରାଜିଲରୁ ଆସିଥିବା ପ୍ରଫେସର ମିରିଅମ୍ ଆଡି଼ଲମେନ୍ ଯୋଗଦେଇ ଭାରତ ଏବଂ ବ୍ରାଜିଲରେ ମହିଳାଙ୍କ ସ୍ଥିତି ଏବଂ ଆହ୍ୱ‍ାନ ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ଯାଳୟର କୁଳପତି ଫ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ କହିଥିଲେ ଯେ ଭାରତରେ ଯଦିଓ ମହିଳାଙ୍କ ରାଜନୈତିକ ଅଧିକାର ରହିଛି, କିନ୍ତୁ ସେମାନେ ଆଜି ସୁଦ୍ଧା ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ଅବହେଳିତ । ପରିବାରରେ ସେମାନଙ୍କ କାର୍ଯ୍ୟକୁ ଅର୍ଥନୈତିକ ସ୍ୱୀକୃତି ମିଳେନାହିଁ, ପୁରୁଷମାନଙ୍କ ପ୍ରକାଶ୍ୟତା ଏତେ ମାତ୍ରାରେ ବଢିଯାଏ ଯେ ମହିଳାଗଣ ସେଥିରେ ଅଚିରେ ଲୁଚିଯାନ୍ତି। ଏହି କାଚର ବଳୟକୁ ଭାଙ୍ଗିବା ସମୟର ଆହ୍ୱାନ ବୋଲି ସେ ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ସ୍ନାତକୋତ୍ତ ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗଦେଇ ବର୍ତ୍ତମାନ ସମାଜରେ ମହିଳାଙ୍କ ଅଧିକାର ନିମନ୍ତେ ପରିଦୃଶ୍ୟ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ।

- Advertisement -

ପ୍ରାରମ୍ଭରେ ଅତିଥି ଅଧ୍ୟାପିକା ବାଗ୍ମୀ ପ୍ରିୟଦର୍ଶୀନି ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଶେଷରେ ଅତିଥି ଅଧ୍ୟାପିକା ରଶ୍ମିରେଖା ଜେନା ଧନ୍ୟବାଦ ଜଣାଇଥିଲେ। ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡ. ବନ୍ଦିତା କୁମାରୀ ପଣ୍ତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories