www.samajalive.in
Monday, December 8, 2025
27.1 C
Bhubaneswar

ବ୍ରହ୍ମପୁର ସହର ସୀମା ସିଲ୍‌, ପରବର୍ତ୍ତି ନିର୍ଦେଶ ପର୍ଯ୍ୟନ୍ତ ଯିବାଆସିବା ମନା

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ରହ୍ମପୁର ସହରରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସହର ସୀମା ସିଲ୍‌ ଘୋଷଣା କରିଛନ୍ତି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର। ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସାଧାରଣ ସରକାରଙ୍କ ନିୟମ ପାଳନ କରିବା ସହିତ ସଚେତନ ରହିବା ଜରୁରୀ। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ବିଏମ୍‌ସି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଆସନ୍ତାକାଲିଠାରୁ ବ୍ରହ୍ମପୁର ସହରକୁ ଯାତାୟତ ବନ୍ଦ କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ ରହିବ। ପରବର୍ତ୍ତି ନିର୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହରକୁ ସବୁ ଦିଗର ବନ୍ଦ କରାଯିବ। କୌଣସି ଲୋକ ବ୍ରହ୍ମପୁର ସହରକୁ ଆସି ପାରିବେ ନାହିଁ କିମ୍ବା ଯାଇ ପାରିବେ ନାହିଁ ବୋଲି କହିଛନ୍ତି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର। ସେହିପରି ସହରରେ ଥିବା ୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫିଭର କ୍ଲିନିକ କରାଯାଇଛି । ସେଠାରେ ଲକ୍ଷଣ ଥିବା ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ହୋଇପାରିବ ବୋଲି କମିଶନର କହିଥିଲେ। ଅପରପକ୍ଷରେ ଏହି କଟକଣା ସମୟରେ କେବଳ ଜରୁରୀ ସ୍ୱାସ୍ଥ୍ୟସେବା, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡ଼ିକୁ ଯିବାଆସିବା ପାଇଁ ଅନୁମତି ମିଳିବ। ତେବେ ରେଳ ବିମାନ ଟିକଟ ଥିବା ଯାତ୍ରୀଙ୍କୁ ଯିବା ଆସିବା ପାଇଁ ସୁଯୋଗ ଦିଆଯିବ ବୋଲି କମିଶନର ପ୍ରକାଶ କରିଛନ୍ତି।

 

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗଦେଇ କହିଥିଲେ ଯେ ଆସନ୍ତାକାଲିଠାରୁ ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ପାଳନ କଡ଼ାକଡ଼ି କରାଯିବ ଏବଂ ଏହି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories