www.samajalive.in
Tuesday, December 9, 2025
23.1 C
Bhubaneswar

ବାଲ୍ୟବିବାହ ମୁକ୍ତ ସପ୍ତାହ, ସମାଜରେ ୧୮ବର୍ଷ ବୟସରୁ କମ୍‍ ଝିଅଙ୍କ ବିବାହକୁ ନିଷେଧ

ବ୍ରହ୍ମପୁର:ଗଞ୍ଜାମ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ ଆମ୍ବପୁଆରେ ସମନ୍ବିତ ଶିଶୁ ବିକାଶ ଅଧିକାରୀ(୧)ଙ୍କ ପରାମର୍ଶକ୍ରମେ ବାଲ୍ୟ ବିବାହ ମୁକ୍ତ ସପ୍ତାହ ପାଳନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ର ୧, ୨ ଓ ୩ ଅଞ୍ଚଳର ଜନସାଧାରଣଙ୍କୁ ନେଇ ବାଲ୍ୟବିବାହ ମୁକ୍ତ ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବାଲ୍ୟବିବାହ ରୋକିବା ପାଇଁ ଅଧିକ ଗୁରୁତ୍ବ ଦେବା ସହିତ ସମାଜରେ ୧୮ବର୍ଷ ବୟସରୁ କମ୍‍ ଝିଅଙ୍କ ବିବାହକୁ ନିଷେଧ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

 

- Advertisement -

ବରିଷ୍ଠ ପୁରୋହିତ ସୁରେନ୍ଦ୍ରନାଥ ଶତପଥୀ ଯୋଗଦେଇ ଏଣିକି ଆଧାର କାର୍ଡ ଦେଖି ବିବାହ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅଙ୍ଗନବାଡ଼ି କର୍ମୀ ଲତା ପାତ୍ର, ବାସନ୍ତୀ ପାଢ଼ୀ, ବି.ପୁଷ୍ପାଞ୍ଜଳି ରେଡ୍ଡୀଙ୍କ ସମେତ ପୂର୍ବତନ କର୍ପୋରେଟର ଜି.ଗୋପାଳକୃଷ୍ଣ ରେଡ୍ଡୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Hot this week

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

Related Articles

Popular Categories