www.samajalive.in
Thursday, December 11, 2025
27.1 C
Bhubaneswar

ଦୁଃଖଦ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜମିରେ ଟଳି ପଡ଼ିଲେ ଚାଷୀ ଦମ୍ପତି

ବ୍ରହ୍ମପୁର: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମରେ ଶନିବାର ସକାଳେ ଏକ ଦୁଃଖଦ ଘଟଣାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ପ୍ରାଣବାୟୁ ଉଡି ଯାଇଛି। ଚାଷ ଜମିରେ ଫୁଲକୋବି ତୋଳୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ମୃତ ଦମ୍ପତି ହେଲେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମ ଦଳେଇ ସାହି ବାସିନ୍ଦା ହୀନ ସାମଲ(୬୨)ଓ ତାଙ୍କ ପତ୍ନୀ ବିଷ୍ଣୁ ସାମଲ(୫୦)।
ପ୍ରତିଦିନ ପରି ଶନିବାର ଭୋରରୁ ଦମ୍ପତି ଫୁଲକୋବି ତୋଳିବା ପାଇଁ ରତନପଦର ଚାଷଜମିକୁ ଯାଇଥିଲେ। ଚାଷଜମି ଉପର ଦେଇ ଯାଇଥିବା ଏଲଟି ବିଦ୍ୟୁତ୍ ତାର ନଡ଼ିଆ ଗଛର ବାହୁଙ୍ଗା ପଡି ଛିଣ୍ଡିଯାଇ ପୂର୍ବରୁ ଜମିରେ ପଡ଼ି ରହିଥିଲା। ଫୁଲକୋବି ତୋଳୁଥିବା ବେଳେ ଦମ୍ପତି ଦୁର୍ଭାଗ୍ୟବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେହିଠାରେ ହିଁ ଟଳି ପଡିଥିଲେ। ଖବର ପାଇ ପୁଅ ଗୌଡ ସାମଲ ଜମିରେ ପହଞ୍ଚି ବାପା- ମା’ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ତହସିଲଦାର ପ୍ରଭାତକୁମାର ପରିଡ଼ା, ବୁରୁପୋଡା ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ଦାଶ, ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାଶ, ଏସଆଇ ବିଦେଶୀ ସେଠୀ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲେ। ସଂପୃକ୍ତ ଚାଷଜମି ଅଞ୍ଚଳ ଶେରଗଡ଼ ଥାନା ଅଧୀନରେ ରହିଛି। ଏ ନେଇ ଶେରଗଡ଼ ଥାନାରେ ୧୫୨/୨୦ରେ ଏକ ମାମଲା ରୁଜୁ ହୋଇଛି। ଶେରଗଡ଼ ଥାନା ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଦମ୍ପତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ରେଡ଼କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା ପ୍ରଦାନ କରିଥିଲେ। ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ପ୍ରକାଶ ଯେ ଆସନ୍ତା ୧୪ ତାରିଖରେ ପୁଅ ଗୌଡ ସାମଲଙ୍କ ବିବାହ ସ୍ଥିର ହୋଇସାରିଥିଲା।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories