ବ୍ରହ୍ମପୁର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୨ ଯବାନଙ୍କ ସମେତ ୭ ଜଣ ଅଟକ ରଖାଯାଇଥିବା ସୂଚନା ମିଳିଛି। ଜଣେ ସିଆପିଏଫ୍ ଯବାନ ଓ ଜଣେ ୮ମ ବାଟାଲିୟନ୍ର ଯବାନଙ୍କୁ ଅଟକ ରଖାଯାଇ ରିଜର୍ଭ ବାରାକରେ ସେମାନଙ୍କୁ ପଚରାଉଚରା କରାଯାଉଛି। କିଛି ଟୋଲଗେଟ୍ରେ ମଧ୍ୟ ପୁଲିସ୍ ଛାନଭିନ୍ ଚଳାଇଥିବାବେଳେ ଦୁଇଟି ଦାମୀ କାର ଜବତ କରିଛି। ୪ ଦିନ ତଳେ ଘରକୁ ଫେରୁଥିବାବେଳେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପୁଲିସ୍ ଘଟଣାରେ ତନାଘନା ଚଳାଇଥିଲେ ବି ଏଯାଏଁ ଅପରାଧିଙ୍କ ଟେର ପାଇନି। ଅନ୍ୟପଟେ ପ୍ରତିବାଦରେ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ ମଧ୍ୟ କରିଥିଲେ।
Popular Categories



