www.samajalive.in
Sunday, December 7, 2025
16.1 C
Bhubaneswar

ତ୍ୱଚା ପାଇଁ ଏହି ଉପାୟରେ ବ୍ୟବହାର କରନ୍ତୁ ଗୋଲାପ ଜଳ

ସଭିଏଁ ଇଚ୍ଛା କରିଥାଆନ୍ତି ତାଙ୍କ ମୁହଁ ସୁନ୍ଦର ଓ ଉଜ୍ଜଳ ଦେଖାଯାଉ। ଏଥିପାଇଁ ବଜାରରେ ବିକ୍ରି ହେଉଥିବା ବିଭିନ୍ନ କ୍ରିମ ମଧ୍ୟ ବ୍ୟବହାର କରିଥାଆନ୍ତି। ଏହି କ୍ରିମ ଓ ଅନ୍ୟାନ୍ୟ ବିୟୁଟି ଦ୍ରବ୍ୟ ସହ ଆପଣ ଗୋଲାପ ଜଳକୁ ସାମିଲ କରନ୍ତୁ। ଗୋଲାପ ଜଳ ଏପରି ଏକ ପ୍ରାକୃତିକ ଉପାୟ ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିଥାଏ। ଗୋଲାପ ଜଳରେ ପ୍ରାକୃତିକ ତତ୍ତ୍ୱ ଓ ଆଣ୍ଟିସେଫଟିକ ଗୁଣ ରହିଛି। ଏହା ଆପଣଙ୍କ ମୁହଁରେ ଥିବା ଦୂଷିତ ପଦାର୍ଥକୁ ବାହାର କରିଥାଏ।
ଏହାର ନିୟମିତ ବ୍ୟବହାର କରିବା ମୁହଁ ପାଇଁ ଆଶୀର୍ବାଦ ଅଟେ। ଏଥିରେ ଥିବା ଆଣ୍ଟିସେଫଟିକ ଗୁଣ ଆପଣଙ୍କ ମୁହଁର ପିଏଚ ସ୍ତରକୁ ସନ୍ତୁଳିତ ରଖିଥାଏ।
ଗୋଲାପ ଜଳର ବ୍ୟବହାର ଦ୍ୱାରା ଆପଣ ସତେଜ ଅନୁଭବ କରିଥାଆନ୍ତି। ଏତଦ ବ୍ୟତୀତ ଏହା ସମସ୍ତ ପ୍ରକାରର ସ୍କିନ ପାଇଁ ମଧ୍ୟ ଲାଭଦାୟକ ଅଟେ।
ବଜାରରରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀର ଗୋଲାପ ଜଳ ବ୍ୟବହାର କରି ପାରିବେ। ମାତ୍ର ଆୟୁର୍ବେଦିକ ଗୋଲାପ ଜଳ ମୁହଁ ପାଇଁ ବେଶ ହିତକାରକ ଅଟେ।
ଗୋଲାପ ଜଳର ନିୟମିତ ବ୍ୟବହାର ମୁହଁର ଶୁଷ୍କତାକୁ ଦୂର କରିଥାଏ।
ବାହାରକୁ ଯାଇଥିଲେ ଘରକୁ ଆସି ତୁରନ୍ତ ଗୋଲାପ ଜଳରେ ମୁହଁ ପୋଛିବା ଦ୍ୱାରା ବାହାରର ଅପରିଷ୍କାର ପଦାର୍ଥ ମୁହଁର ଚର୍ମ ଭିତରକୁ ଯାଇପାରିନଥାଏ। ଫଳରେ ଆପଣଙ୍କ ମୁହଁର ରଙ୍ଗରେ କୌଣସି ପ୍ରଭାବ ପକାଇନଥାଏ।
ଆପଣ ନିୟମିତ ରାତିରେ ଗୋଲାପ ଜଳରେ ମୁହଁ ପୋଛି ଶୋଇବା ଦ୍ୱାରା ମୁହଁ ଉଜ୍ୱଳ ଓ ଗୋରା ହୋଇଥାଏ।
ନିୟମିତ ଏକ ମାସ ଦିନକୁ ୨ ଥର ଗୋଲାପ ଜଳରେ ମୁହଁ ପୋଛିଲେ ଆପଣ ନିଜେ ଅନୁଭବ କରିବେ ଏହା ମୁହଁ ପାଇଁ ଖୁବ ଉପକାରୀ।
ଗ୍ଲିସରିନ ସହ ଗୋଲାପ ଜଳ ମିଶାଇ ସପ୍ତାହକୁ ୩ ରୁ ୪ଥର ଲଗାନ୍ତୁ। ଏହା ମୁହଁକୁ ଉଜ୍ୱଳ ଓ ଗୋରା କରିଥାଏ।
ଯେକୌଣସି କ୍ରିମ ବ୍ୟବହାର କରିବା ପୂର୍ବରୁ ମୁହଁରେ ଅଳ୍ପ ଗୋଲାପ ଜଳ ଲଗାନ୍ତୁ। ଏହା ତ୍ୱଚା ପାଇଁ ବେଶ ହିତକାରକ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories