www.samajalive.in
Monday, December 8, 2025
13.1 C
Bhubaneswar

କଦଳୀ ବୃକ୍ଷର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

କଦଳୀ ବୃକ୍ଷ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ଅନେକ ଧାର୍ମିକ କାର୍ଯ୍ୟରେ ଏହାକୁ ପ୍ରୟୋଗ କରାଯାଏ। ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ କଦଳୀ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଏ। କଦଳୀର ପତ୍ରରେ ଭୋଗ ମଧ୍ୟ ବଣ୍ଟା ଯାଇଥାଏ। ଜାଣନ୍ତୁ କଦଳୀ ବୃକ୍ଷର ଏହି ଚମତ୍କାରୀ ଲାଭ ଓ ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ….
ବୈଜ୍ଞାନିକ ମହତ୍ତ୍ୱ – କଦଳୀରେ ମୁଖ୍ୟତଃ ଭିଟାମିନ ଏ , ଭିଟାମିନ ସି , ଅନ୍ୟ ବହୁ ଖଣିଜ ତତ୍ତ୍ୱ ରହିଛି। ଏଥିରେ ପ୍ରାୟ ୬୪.୩ ପ୍ରତିଶତ ଜଳ, ପ୍ରୋଟିନ ୧.୩ ପ୍ରତିଶତ, କାବ୍ରୋହାଇଡ଼୍ରେଡ଼ ୨୪.୭, ଚିକ୍କଣ ୮.୩ ପ୍ରତିଶତ ରହିଛି।
ଆୟୁର୍ବେଦିକ ମହତ୍ତ୍ୱ – କଦଳୀ ସବୁ ସମୟରେ ମିଳିଥାଏ। ଏହା ଅତ୍ୟନ୍ତ ପୃଷ୍ଟିଯୁକ୍ତ ଓ ସ୍ୱାଦିଷ୍ଟ ଫଳ। ଦୃଷ୍ଟି ଶକ୍ତି ପାଇଁ ବେଶ ଉପକାରୀ। ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
ବାସ୍ତୁ ଟିପ୍ସ – ଘରର ମୁଖ୍ୟଦ୍ୱାରରେ ଓ ପଛ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ ନାହିଁ। କଦଳୀ ବୃକ୍ଷ ନିକଟକୁ ପରିଷ୍କାର ରଖନ୍ତ। ବୃକ୍ଷର ଶେଷ ଅଂଶରେ ଏକ ଲାଲ ସୂତା ବାନ୍ଧନ୍ତୁ। ଘରର ସମ୍ମୁଖ ଭାଗ ବଗିଚାରେ କଦଳୀ ବୃକ୍ଷ ଲଗାନ୍ତୁ ।
କୁହାଯାଏ ପ୍ରଭୁ ବିଷ୍ଣୁ ଓ ମା’ଲକ୍ଷ୍ମୀ ସ୍ୱୟଂ ଏହି ବୃକ୍ଷରେ ବାସ କରନ୍ତି।
ଜାଣନ୍ତୁ ଏହାର ପ୍ରମୁଖ ୫ଟି ଧାର୍ମିକ ଲାଭ ….
– ପରିବାରର ପିଲାମାନେ ସର୍ବଦା ସୁଖୀ ଓ ଦୁଃଖକଷ୍ଟରୁ ଦୂରେଇ ରୁହନ୍ତି।
– ସୁଖସମୃଦ୍ଧି ପାଇଁ କଦଳୀ ବୃକ୍ଷକୁ ପୂଜା କରାଯାଏ।
– କଦଳୀ ବୃକ୍ଷ ଘରର ବଗିଚାରେ ରହିଲେ ବୃହସ୍ପତିଙ୍କ ବିଶେଷ କୃପା ଲାଭ ହୋଇଥାଏ।
– ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଅବିବାହିତ କନ୍ୟାଙ୍କର ଶୀଘ୍ର ବିବାହ ହୋଇଥାଏ।
– ଉଚ୍ଚ ଶିକ୍ଷା ଓ ଜ୍ଞାନ ପ୍ରାପ୍ତି ପାଇଁ ଏହି ବୃକ୍ଷ ସହାୟକ ହୋଇଥାଏ। କାରଣ ଏହା ସର୍ବଦା ବାତାବରଣକୁ ଶାନ୍ତ ଓ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories