ସଇଁନ୍ତଲା/ବେଲଗାଁ : ରାଜ୍ୟ ସରକାରଙ୍କ “ମୋ ପରିବାର”କାର୍ଯ୍ୟକ୍ରମ ନେଇ ସଇଁନ୍ତଲା ବ୍ଲକ ବରଗାଁ ଠାରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ନେଇ ଷ୍ଟଲ ଉଦଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ମନ୍ତ୍ରୀ ଟୁକୁନୀ ସାହୁ, “ମୋ ପରିବାର”ର ରାଜ୍ୟ ଅଧ୍ୟକ୍ଷ ତଥା ପୁର୍ବତନ ମୁମ୍ବାଇ ପୁଲିସ କମିଶନର ଅରୁପ ପଟ୍ଟନାୟକ ଯୋଗ ଦେଇ ୨୬ ନମ୍ବର ଜାତୀୟ ରାଜପଥ ତଥା ଟିଟିଲାଗଡ ରାଜ୍ୟ ରାଜପଥ ଛକରେ ଏହି ଷ୍ଟଲର ଉଦଘାଟନ କରିଛନ୍ତି। ଜାତୀୟ ରାଜପଥରେ ଚାଲିଚାଲି ତଥା ସାଇକେଲରେ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଏହି ଷ୍ଟଲ ଜରିଆରେ ଚୁଡାଗୁଡ, ବିସ୍କୁଟ, ପାଣି, କଦଳୀ ଆଦି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ରାଜେଶ ବେହେରା, ତଥା ଭଦ୍ରା ପଂଚାୟତ ଅନ୍ତର୍ଗତ ବରିଷ୍ଠ କର୍ମୀ ରୁଦ୍ର ବେହେରା, କ୍ଷୀର ରଣା, ବ୍ୟାସ ରଣା, ଡୁଲୁ ସୁନା, ଲବୃ କୁମ୍ଭାର, ନିମାଇଁ କୁମ୍ଭାର, ରାଜେଶ ଭୋଇ, ରିଙ୍କୁ କୁମ୍ଭାର ପ୍ରମୁଖ ସ୍ଥାନୀୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ।



