ଲୋଇସିଂହା: ସ୍ଥାନୀୟ ବାର ଆସୋସିଏସନ ପକ୍ଷରୁ ଗତ ୨୮ ତାରିଖରୁ ଏହି ଅଂଚଳକୁ ପ୍ରବଳ ଗ୍ରୀଷ୍ମ ସମୟରେ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ପାନୀୟ ବଂଟନ କରାଯାଉଛି। ଏଥି ସହିତ ମାକ୍ସ, ସାବୁନ, ସାନିଟାଇଜର ପ୍ରଦାନ କରାଯାଇ ଏହା ନିୟମିତ ବ୍ୟବହାର ପାଇଁ ସଚେତନ କରାଯାଉଛି। ବାର ପକ୍ଷରୁ ସଭାପତି ଆଇନଜ୍ଞ ଦିଲିପ ବେହେରା, ଶଶାଂକ ଭୋଇ, ରାଜେନ୍ଦ୍ର ନାଏକ, ସଂପଦ ପୋଢ, ପ୍ରବୀଣ ତ୍ରିପାଠୀ, ଜ୍ୟୋତି ପଟେଲ, ରାଜୁ ନାଏକ, କ୍ଷେତ୍ରପାଲ ସାହୁ, ହର ସାହୁ, ସୁବ୍ର୍ରତ ନାୟକ, ଶୁଭେନ୍ଦୁ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦୂର ଦୂରାନ୍ତରରୁ ଶ୍ରମିକମାନେ ନିଜ ନିଜ ଅଂଳକୁ ଫେରୁଥିବା ଯୋଗୁୁଁ ଆଉ କିଛି ଦିନ ଧରି ସେମାନଙ୍କୁ ଖାଦ୍ୟ ବଂଟନ ଜାରି ରହିବ ବୋଲି ସଭାପତି କହିଛନ୍ତି।
Popular Categories



