www.samajalive.in
Saturday, December 6, 2025
26.1 C
Bhubaneswar

ଖଣି ଭିତରେ ପଥର ବୋଝେଇ ମିନିଟ୍ରକ ଓଲଟି ଡ୍ରାଇଭର ମୃତ

ବେଗୁନିଆ : ବେଗୁନିଆ ବ୍ଲକର ବିଭିନ୍ନ ପଂଚାୟତରେ ସହ ସହ ବେଆଇନ ମାଙ୍କଡ଼ା ପଥର ଖଣି ଚାଲିଥିବାବେଳେ ସେଗୁଡିକ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସରକାରୀସ୍ତରରେ ରାଜସ୍ବ ସଂଗ୍ରହ କରିବା ପାଇଁ କରାଯାଇଥବା ଧାର୍ଯ୍ୟ ଲକ୍ଷ୍ୟ ଯୋଗୁଁ ପଥର ଗାଡ଼ିଗୁଡ଼ିକ ଜବତ କରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇ ଛାଡି ଦିଆଯାଉଛି । ଫଳରେ ପଥର ମାଫିଆମାନେ ଦିନରାତି ଲାଗି ଜେସିବି ଏବଂ ପାୱାରଟିଲର ସାହାଯ୍ୟରେ ସହ ସହ ଫୁଟ ଗଭୀର ଖାତ କରି ପଥର କାଟୁଛନ୍ତି । ଖାତଗୁଡିକ ନ ପୋତିବା ଯୋଗୁଁ ନିରୀହ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ ଏହି ଅଗଭୀର ଖାତରେ ପଡି ମୃତ୍ୟୁ ବରଣ କରୁଛନ୍ତି । ଆଜି ଭୋର ସମୟରେ ରାଉତପଡ଼ା ମୌଜ଼ାର କୋତଳାଙ୍ଗ ମୁଣ୍ଡିଆ ନିକଟରେ ଥିବା ଏକ ବେଆଇନ ଖଣିରେ ଏକ ଅଭାବନୀୟ ଘଟଣା ଘଟିଥିବାର ଜଣାପଡିଛି । ଉକ୍ତ ସ୍ଥାନରେ ଥିବା ବେଆଇନ ପଥରଖଣିକୁ ରାଉତପଡ଼ା ଗ୍ରାମର ଜନୈକ ବ୍ୟକ୍ତି ଚଳାଉଥିବାବେଳେ ଡିଙ୍ଗର ପର୍ଶୁରାମପୁର ଗ୍ରାମର ସନ୍ତୋଷକୁମାର ବେହେରା ବେଗୁନିଆ ଗ୍ରାମର ଏକ ମିନିଟ୍ରକରେ ଡ୍ରାଇଭର ଭାବେ କାମ କରୁଥିବାବେଳେ ଗାଡ଼ିଟିକୁ ପଥର ଖଣିରେ ନିୟମିତ ଲଗାଇ ପଥର ଚାଲାଣ କରୁଥିଲେ । ଆଜି ଭୋର ସମୟରେ ସନ୍ତୋଷ ସମ୍ପୃକ୍ତ ଖଣିରେ ଗାଡି ଲଗାଇ ପଥର ବୋଝେଇ କରିଥିଲା । ଡାଲା ଉପରେ ଆଉ କିଛି ପଥର ଆଣିବା ପାଇଁ ଗାଡିକୁ ପଛୁଆ ନେଇ ଅନ୍ୟ କାଟକୁ ଯିବାବେଳେ ଗାଡିର ପଛଚକା ଅଗଭୀର ଖାତ ଭିତରକୁ ଖସି ଯାଇଥିଲା ଏବଂ ଗାଡିଟି ଖାତ ଭିତରେ ଥିବା ପାଣି ଭିତରକୁ ଓଲଟି ପଡିଥିଲା । ଫଳରେ ଗାଡିର କ୍ୟାବିନ ସହିତ ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଥିଲା । ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ଗାଡ଼ିଟିକୁ ଉଠାଇ କ୍ୟାବିନ ଭିତରୁ ଡ୍ରାଇଭରକୁ ବାହାର କରି ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ବେଗୁନିଆ ପୁଲିସ ଏସଆଇ ରବିନ୍ଦ୍ରକୁମାର ପଣ୍ଡା ଘଟଣାସ୍ଥଳରେ ପହଁଞ୍ଚି ଅନୁସନ୍ଧାନ କରି ୧୫୮/୨୦ନମ୍ବର ଦୁର୍ଘଟଣା କେଶ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories