ବେଗୁନିଆ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଆଜି ଥିଲା ଦ୍ୱିତୀୟ ଦିନ ।ଗତକାଲି ପ୍ରଥମ ଦିନରେ ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତ ରେ ସରପଞ୍ଚ ପାଇଁ ୧୧ ଜଣ ,ସମିତି ସଭ୍ୟ ପାଇଁ ୨ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଦ୍ୱିତୀୟ ଦିନରେ ଆଜି ସରପଞ୍ଚ ପାଇଁ ହୀରାପୁର ପଂଚାୟତରେ ଜଣେ ,ସମିତିସଭ୍ୟ ପାଇଁ ବାଘମାରୀ ପଂଚାୟତରେ ଜଣେ ଏବଂ ଗୋବିନ୍ଦପୁର ପଞ୍ଚାୟତ ରେ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସେହିପରି ୱାର୍ଡ ସଭ୍ୟ ପାଇଁ ଆଜି ବିଭିନ୍ନ ପଂଚାୟତରେ ୬୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଜଣାପଡିଛି ।ଦୁଇ ଦିନରେ ମୋଟ୧୨୩ ଜଣ ପ୍ରାର୍ଥୀ ସରପଞ୍ଚ ,ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।
Popular Categories



