www.samajalive.in
Monday, December 8, 2025
14.1 C
Bhubaneswar

ଦିବ୍ୟାଙ୍ଗ ପିଲାଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ବେଗୁନିଆ: ଓଡ଼ିଶା ମାଧ୍ୟମିକ ସ୍ୱତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ ଦ୍ୱାରା ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଧାରଣ ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡ଼ିଶା ସରକାର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କୁ ୫ଟି ଜରିଆରେ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରୁଛନ୍ତି । ହାଇସ୍କୁଲ ସ୍ତରରେ ଶିକ୍ଷକ ମଧ୍ୟ ନିଯୁକ୍ତି କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଦିବ୍ୟାଙ୍ଗ ପିଲାମାନେ ସାଧାରଣ ସ୍କୁଲରେ ପାଠ ପଢୁଥିଲେ ମଧ୍ୟ ଏମାନଙ୍କ ପାଇଁ ସରକାର ଆଜି ପର୍ଯ୍ୟନ୍ତ ସାଧାରଣ ହାଇସ୍କୁଲମାନଙ୍କରେ ଜଣେ ବି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କଲେ ନାହିଁ । ଯାହା ଫଳରେ ହଜାର ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାଧାରଣ ସ୍କୁଲମାନଙ୍କରେ ଅଣଦେଖା ହେବା ସହିତ ସ୍ୱତନ୍ତ୍ର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଏବଂ ଅଧାରୁ ପାଠ ଛାଡ଼ୁଛନ୍ତି କିମ୍ବା ଉନ୍ନତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଓସେଟା(ଓଏସଏସଇଟିଏ)ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ବୈଠକରେ ଅନେକ ସ୍ୱତନ୍ତ୍ର ଶିକ୍ଷକ ଓସେଟାର ସଦସ୍ୟତା ଗ୍ରହଣ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ କେଶ ନଂ ଡବ୍ଲ୍ୟୁ ପି(ସି)୧୩୨/୨୦୧୬ ତା୨୮.୧୦.୨୧ର ନିର୍ଦେଶ ଅନୁସାରେ ଦିବ୍ୟାଙ୍ଗ ପିଲାମାନଙ୍କର ଉନ୍ନତ ଶିକ୍ଷାଦାନ ପାଇଁ ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଅତି କମରେ ୨ ଜଣ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ବୈଠକରେ ଦାବି କରାଯାଇଥିଲା । ଉକ୍ତ ସଭାକୁ ସଂଘର ଉପ ସଭାପତି କମଳାକାନ୍ତ ଘଡ଼ିଆ(ବାଲେଶ୍ୱର ଜିଲ୍ଲା)ପରିଚାଳନା କରିଥିଲେ । ସଂଯୋଜକ ଚିରଞ୍ଜିବି ପାତଳାସିଂ ଏବଂ ସହ ସଂଯୋଜକ ଦେବାଶିଷ ରାଉତରାୟ ଏବଂ ଅଚ୍ୟୁତା ନନ୍ଦ ବେହେରା ପ୍ରମୁଖଙ୍କ ସହିତ ବିଏଡ଼ ସ୍ୱତନ୍ତ୍ର ଶିକ୍ଷା ତାଲିମ ଗ୍ରହଣ କରିଥିବା ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories