ଆଗ୍ରା : ଉତ୍ତର ପ୍ରଦେଶ ଆଗ୍ରା ଜିଲା ଅନ୍ତର୍ଗତ ବାହ ଗାଁରେ ମହୁମାଛି ଆକ୍ରମଣରେ ୪୦ ଜଣ ସ୍କୁଲ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇପଡିଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍କୁଲ ପରିସରସ୍ଥ ଏକ ଗଛରେ ଥିବା ଏକ ବିରାଟ ମହୁଫେଣା ହଠାତ୍ ଭାଙ୍ଗିଯିବାରୁ ସେଥିରୁ ଶହ ଶହ ସଂଖ୍ୟାରେ ମହୁମାଛି ବାହାରି ଆସି ସ୍କୁଲ ପିଲାଙ୍କୁ ଆକ୍ରମଣ କରିଥିଲେ। ସ୍କୁଲ କର୍ମଚାରୀମାନେ ତୁରନ୍ତ ଉକ୍ତ ସ୍ଥାନରୁ ପିଲାଙ୍କୁ ଅନ୍ୟତ୍ର ହଟାଇ ଦେଇଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଆହତ ଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
Popular Categories



