ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ଜଣେ ବେଦାନ୍ତ ଅଧିକାରୀ ଛତିଶଗଡ଼ର ଜଣେ ୧୨ ବର୍ଷୀୟା ନାବାଳିକାକୁ ଚାକରାଣୀ ହିସାବରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି। ଛତିଶଗଡ଼ରୁ ଏହି ନାବାଳିକା ଜଣକୁ ୬ ମାସ ପୂର୍ବରୁ ଆଣି ବେଦାନ୍ତର ଡେପୁଟି ମ୍ୟାନେଜର ସିବେନ୍ଦ୍ର ତିୱାରୀ ତାଙ୍କ ବାସଭବନରେ ରଖି କାମ କରାଉଥିଲେ। ନାବାଳିକା ଜଣକ ଠିକରେ କାମ ନକଲେ ଅତ୍ୟାଚାର କରୁଥିବା ନାବାଳିକା ଜଣକ ପୋଲିସକୁ ସୂଚନା ଦେଇଛି । ରବିବାର ନାବାଳିକା ଜଣକୁ ମାଡ଼ ମାରିଥିବା ଯୋଗୁଁ ନାବାଳିକା ଜଣକ ଛାତ ଉପରେ କାନ୍ଦୁଥିବାର କ୍ବାଟରରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଦେଖି ଚାଇଲଡ଼ ଲାଇନକୁ ଜଣାଇ ଥିଲେ। ଝାରସୁଗୁଡ଼ା ଚାଇଲଡ଼ ଲାଇନ ବଡ଼ମାଲ ପୋଲିସଙ୍କ ସହିତ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିଛି। ବଡ଼ମାଲ ଥାନାରେ ଏକ ମାମଲା ରୁଜୁ କରି ସିବେନ୍ଦ୍ର ତିୱାରୀ ଓ ତାଙ୍କ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
Popular Categories



