www.samajalive.in
Tuesday, December 9, 2025
16.1 C
Bhubaneswar

ନାବାଳିକାଙ୍କୁ ନିର୍ଧୁମ ମାଡ଼ ମାରି ଭିଡ଼ିଓ ଭାଇରାଲ କରିବା ଘଟଣା : ୩ ଗିରଫ

ନବରଙ୍ଗପୁର :  କିଛି ସାମାନ୍ୟ ଭୁଲ୍ ପାଇଁ  ନାବାଳିକାଙ୍କୁ ନିର୍ଧୁମ ମାଡ଼ ମାରିଲେ ଗାଁର କିଛି  ନିର୍ଦ୍ଧିଷ୍ଟ ଯୁବକ ଆଉ ଭାଇରାଲ କଲେ ଭିଡିଓ। ଏପରି ଏକ ଅଭାବନୀୟ ଘଟଣାର ଭିଡ଼ିଓ ଯାହା ଦେଖିଲେ ଯିଏବି କିଛି ସମୟ ପାଇଁ ହତଚକିତ ହୋଇ ଯିବ ।
ଝିଅର ଏତିକି ଭୁଲ ଥିଲା ଯେ, ସେ ନିଜ ଗାଁ ପାଖର ଅନ୍ୟ ଜାତିର ଏକ ପୁଅକୁ ପ୍ରେମ କରୁଥିଲା। ପ୍ରେମ କରି ଭଲ ପାଇବା କଣ ଭୁଲ୍ ଥିଲା କି ? କିଏ ଗୋଇଠା ବିଧା ମାରୁଛି ତ ଆଉ କିଏ ବାଡ଼ିରେ ମାରୁଛି ତ’ କିଏ ଏହାର ମଜା ଉଠାଇଛି। ଝିଅ କାକୁତି-ମିନତି କରୁଥିଲେ ମଧ୍ୟ କାହାରି ମନରେ ଟିକିଏ ମଧ୍ୟ ଦୟା ଆସୁନି। ଏହା କୈଣସି ଫିଲ୍ମର ଦୃଶ୍ୟ ଠାରୁ କମ୍ ନୁହେଁ। କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଏହି ଭାଇରାଲ ଭିଡ଼ିଓ ପ୍ରସାରିତ ହୋଇଥିଲା କିନ୍ତୁ ତାହାର କିଛି ପ୍ରକୃତ ସତ୍ୟାସତ୍ୟ ନଥିଲା। ଖବର ପ୍ରସାରଣ ପରେ ପୁଲିସ ମଧ୍ୟ ଭାଇରଲ ଭିଡ଼ିଓକୁ ନେଇ ବହୁତ ଖୋଳତାଡ କରିଥିଲେ କିନ୍ତୁ କୋଉଁଠିକାର ଘଟଣା ତାହା ଜାଣି ପାରି ନଥିଲେ। ଭାଇରାଲ ଭିଡ଼ିଓର ସତ୍ୟାସତ୍ୟ ନଥିବାରୁ ବହୁତ ତଦନ୍ତ ପରେ ଏହାର ସତ୍ୟାସତ୍ୟ ଖବର ଜଣା ପଡ଼ିଲା। ଏହି ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଓ କାଣ୍ଡିତରା ଗ୍ରାମର କୋଟପାରା ନିକଟ ଜଙ୍ଗଲ ପାଖର ଦୃଶ୍ୟ ।
କୋଟପାରା ଗ୍ରାମର ରାଜକୁମାର ଗଣ୍ଡଙ୍କ ବଡ଼ ଭାଇଙ୍କର ପୁଅ ଓ ସେହି ଗ୍ରାମର କିଛି ଯୁବକ ମିଶି ଅତି ନିଷ୍ଠୁର ଭାବରେ ନାବାଳିକାକୁ ନିର୍ଧୁମ ମାଡ଼ ମାରିଥିଲେ। ପରେ ପୂଜାତିପାରା  ଗ୍ରାମରେ ଏକ କଙ୍ଗାରୁ କୋର୍ଟ କରି ଝିଅର ପରିବାରବକୁ ୨୦ହଜାର ଟଙ୍କା ଜରିମାନା କରିଥିଲେ ।  ସେଥିରୁ ୧୦ ହଜାର ଟଙ୍କା ଦେଇ ଅଗାମୀ ଦିନରେ  ୧୦ ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ସେହି ପରି ପୁଅ ପରିବାରକୁ ୬୦ ହଜାର ଟଙ୍କା ଜରିମାନା କରି ଥିଲେ। ନିଜ ନୂଆ ମୋଟର ସାଇକେଲ ବିକ୍ରି କରି ପୁଅ ଘର ଲୋକେ ୨୫ ହଜାର ଟଙ୍କା ଦେଇଥିଲେ ଓ  ୪ ମାସରେ ପରେ ୩୫ ହଜାର ଟଙ୍କା ନ ଦେଲେ ଗାଁରୁ ବାହାର କରାଯିବ ବୋଲି ଚେତାବନୀ ଦେଇଥିଲେ। ପୁଅଟି ଗରିବ ହୋଇଥିବାରୁ ତା’ ପାଖରେ ଟଙ୍କା ନଥିଲା। ଫଳରେ ପୁଅ ଟଙ୍କା ଆଣିବାକୁ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ବଡ଼ ଭାଇ କହିଛନ୍ତି।
ବର୍ତ୍ତମାନ ଖୋଡ଼ତାଡ ପରେ କୁନ୍ଦେଇ ପୁଲିସ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଅନ୍ୟ କେଉଁ ମାନେ ଅଛନ୍ତି ତାହା ତଦନ୍ତ କରି ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କୁନ୍ଦେଇ ଥାନା ଅଧିକାରୀ। ରାଇଘର ଅଞ୍ଚଳରେ ବାରମ୍ବାର ଏପରି ଘଟଣା ସାମନାକୁ ଆସୁଥିବାରୁ ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ଏହାର ତୀବ୍ର ନିନ୍ଦା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories