ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ପକ୍ଷରୁ ଦେଶର ନକଲି ବିଶ୍ବବିଦ୍ୟାଳୟର ତାଲିକା ପ୍ରକାଶ ପ୍ରକାଶ ପାଇଛି। ୟୁଜିସି ତାଲିକାରେ ଦେଶରେ ରହିଛି ୨୪ଟି ନକଲି ବିଶ୍ବବିଦ୍ୟାଳୟ। ତାଲିକାଭୁକ୍ତ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାରେ ଅଛି ଦୁଇଟି ନକଲି ବିଶ୍ବବିଦ୍ୟାଳୟ। ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ବବିଦ୍ୟାଳୟ ଏବଂ ବାରିପଦା ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନକଲି ବିଶ୍ବବିଦ୍ୟାଳୟ ଭାବେ ୟୁଜିସି ପକ୍ଷରୁ ଚିହ୍ନଟ ତାଲିକାରେ ସ୍ଥାନ ପାଇଛି
ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଉତ୍ତର ପ୍ରଦେଶର ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟ ରହିଛି। ଦିଲ୍ଲୀରେ ୭ଟି ଓ ପଶ୍ଚିମବଙ୍ଗରେ ୨ଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି ବୋଲି ୟୁଜିିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି ଯେ ଛାତ୍ର ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରକାଶ କରାଯାଇଛି ଯାହା ଫଳରେ ଛାତ୍ରଛାତ୍ରୀମାନେ ଠକେଇର ଶିକାର ହେବେ ନାହିଁ। ସେହି ୨୪ଟି ସ୍ୱୟଂ ଘୋଷିତ ବିଶ୍ୱବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିୟମ ଉଲ୍ଲଂଘନ କରୁଛି ତେଣୁ ସେହି ଅନୁଷ୍ଠାନଗୁଡିକ ଦ୍ୱାରା ପ୍ରଦତ୍ତ କୌଣସି ଡିଗ୍ରୀର ମାନ୍ୟତା ନ ଥିବା ୟୁଜିସି ସ୍ପଷ୍ଟ କରିଛି।
ଉତ୍ତରପ୍ରଦେଶ
୧. ବାରାଣାସୀ ସଂସ୍କୃତ ବିଶ୍ୱବିଦ୍ୟାଳୟ
୨. ମହିଳା ଗ୍ରାମ ବିଦ୍ୟାପୀଠ / ବିଶ୍ୱବିଦ୍ୟାଳୟ
୩. ପ୍ରୟାଗ ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ
୪. ପ୍ରୟାଗ ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋକମ୍ପ୍ଲେକ୍ସ ହୋମିଓପାଥି, କାନପୁର
୫. ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିଶ୍ୱବିଦ୍ୟାଳୟ (ଓପନ୍ ୟୁନିଭରସିଟି), ଆଲିଗଡ
୬. ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ, କୋସି କାଲାନ୍, ମଥୁରା
୭. ମହାରଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ, ପ୍ରତାପଗଡ
୮. ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ, ନୋଏଡା
ଦିଲ୍ଲୀ
୧. କମର୍ସିୟାଲ ୟୁନିଭରସିଟି ଲିମିଟେଡ୍, ଦରିଆଗଞ୍ଜ
୨. ୟୁନାଇଟେଡ଼ ନେସନସ ୟୁନିଭରସିଟି , ଦିଲ୍ଲୀ
୩. ଭୋକେସନାଲ ୟୁନିଭରସିଟି , ଦିଲ୍ଲୀ
୪. ଏଡ଼ିଆର ସେଣ୍ଟ୍ରିକ୍ ଜୁରିଡିକାଲ୍ ୟୁନିଭରସିଟି, ରାଜେନ୍ଦ୍ର ପ୍ଲେସ
୫. ବିଶ୍ୱକର୍ମା ଓପନ ୟୁନିଭରସିଟି ଫର ସେଲ୍ଫ ଏମ୍ପ୍ଲୟମେଣ୍ଟ, ଦିଲ୍ଲୀ
୬. ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ, ରୋହିଣୀ
୭. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିଅରିଂ, ଦିଲ୍ଲୀ
ଓଡିଶା
୧. ନବ ଭାରତ ଶିକ୍ଷା ପରିଷଦ, ରାଉରକେଲା
୨. ନର୍ଥ ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି, ମୟୁରଭଞ୍ଜ
ପଶ୍ଚିମବଙ୍ଗ
୧. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡ଼ିସିନ, କୋଲକାତା
୨. ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡ଼ିସିନ ଆଣ୍ଡ ରିସର୍ଚ୍ଚ, କୋଲକାତା
କର୍ଣ୍ଣାଟକ
ବଡାଗଣାବି ସରକାର ୱାର୍ଲଡ ଓପନ ୟୁନିଭରସିଟି, ବେଲଗାମ
କେରଳ
ସେଣ୍ଟ ଜନ୍ସ ୟୁନିଭରସିଟି, କେରଳ
ମହାରାଷ୍ଟ୍ର
ରାଜା ଆରବିକ ୟୁନିଭରସିଟି, ନାଗପୁର
ପୁଡୁଚେରୀ
ଶ୍ରୀ ବୋଧି ଏକାଡେମୀ ଅଫ ହାଇଅର ଏଜୁକେସନ, ଥିଲାସପେଟ
ଆନ୍ଧ୍ରପ୍ରଦେଶ
ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଡ଼ିମଡ଼ ୟୁନିଭରସିଟି/ନ୍ୟୁ ଟେଷ୍ଟାମେଣ୍ଟ ଡ଼ିମଡ଼ ୟୁନିଭରସିଟି, ଗୁନ୍ତୁର




