www.samajalive.in
Monday, December 8, 2025
27.1 C
Bhubaneswar

ମନରେଗା କାମରେ ଦୁର୍ନୀତି ଅଭିଯୋଗ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତର ଗଦଗଦିଠାରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ବିନା ସୂଚନା ଫଳକରେ ଏଠାରେ କିପରି ପୁରୁଣା ଜଳ ଅମଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ବସିଲାଣି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପୁରୁଣା ଜଳ ଅମଳ ପ୍ରକଳ୍ପକୁ ସାମାନ୍ୟ ମରାମତି ଦେଖାଇ ବିଲ କରିବାର ମସୁଧା ଚାଲିଥିବାର ଅଭିଯୋଗ ହେଉଅଛି । ଉନ୍ନୟନ କାର୍ଯ୍ୟଟି କେତେ ଟଙ୍କାର ଅନୁଦାନରେ ହେଉଛି ତାକୁ ମଧ୍ୟ ଅନ୍ଧକାରରେ ରଖାଯାଇଛି । ସରପଞ୍ଚ, ଗ୍ରାମ ରୋଜଗାର ସେବକ ଓ କନିଷ୍ଠ ଯନ୍ତ୍ରୀଙ୍କ ଜ୍ଞାତସାରେ ହେଉଥିବା ଏହି କାର୍ଯ୍ୟରେ ସ୍ଥାନୀୟ ଲୋକେ ଦୁର୍ନୀତିର ଗନ୍ଧ ବାରିଛନ୍ତି । କାମ କରିନଥିବା ବହୁ ଶ୍ରମିକମାନଙ୍କ ଜବକାର୍ଡକୁ ନେଇ ତାଙ୍କ ନାମରେ ଟଙ୍କା ଉଠାଣ କରିଥିବାର ଅଭିଯୋଗ ହେଉଛି । ନକଲି ଜବକାର୍ଡଧାରୀଙ୍କୁ ସପ୍ତାହରେ ଦୁଇଶହ ଟଙ୍କା ପ୍ରାପ୍ୟ ଦେଇ ଟଙ୍କା ଲୁଟୁଥିବାର ଅଭିଯୋଗ ହେଉଥିବାରୁ କର୍ତ୍ତୃପକ୍ଷ ଏହାର ସତ୍ୟାସତ୍ୟ ତଦନ୍ତ କରିବାକୁ ଦାବି ହୋଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories