www.samajalive.in
Saturday, December 6, 2025
26.1 C
Bhubaneswar

ଘରୋଇ ବିଦ୍ୟାଳୟରେ ଦୁର୍ବଳ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ମିଳିବ ୨୫% ସଂରକ୍ଷଣ:ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଏଣିକି ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ନାମ ଲେଖା କ୍ଷେତ୍ରରେ ଅବହେଳିତ ବା ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୨୫ % ସଂରକ୍ଷଣ ମିଳିବ। ପୂର୍ବରୁ ବିଦ୍ୟାଳୟସ୍ତରରେ ନାମଲେଖା ପାଇଁ ବିଦ୍ୟାର୍ଥୀ ମନୋନୟନ କରାଯାଇଥିଲା। ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ବିଦ୍ୟାର୍ଥୀ ମନୋନୟନ କରାଯିବ। ଯୁକ୍ତ ଦୁଇ ନାମଲେଖା ଆବେଦନ ଭଳି ଅନ୍‌ଲାଇନ୍‌ରେ ଏହି ୨୫% ସିଟ୍‌ ପାଇଁ ବିଦ୍ୟାର୍ଥୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ରେ ବିଦ୍ୟାର୍ଥୀ ମନୋନୟନ କରାଯିବ ଓ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପୂର୍ବରୁ ଶିକ୍ଷାନୁଷ୍ଠାନ ନିଜ ସ୍ତରରେ ଛାତ୍ରଛାତ୍ରୀ ମନୋନୟନ କରିବା ଯୋଗୁଁ ଏଥିରେ ବ୍ୟାପକ ଦୁର୍ନୀତି ହେଉଥିବା ବିଦ୍ୟାର୍ଥୀ ଓ ଅଭିଭାବକ ଅଭିଯୋଗ କରିଥିଲେ। ଏଥିରେ ସ୍ବଚ୍ଛତା ଆଣିବା ସହ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ଦାବି କରିଆସୁଥିଲା।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଘରୋଇ ସ୍କୁଲରେ ସଂରକ୍ଷିତ ସିଟ୍‌ରେ ନାମଲେଖା ପାଇଁ ବିଭାଗ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ କରିବ। ଏଥିସହ ରାଜ୍ୟବ୍ୟାପୀ ଏକକ ଭାବେ ଆବେଦନ କରାଯିବ। ଆବେଦନ ପରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ସ୍ବତନ୍ତ୍ର ମେଧା ତାଲିକା ପ୍ରକାଶ କରାଯିବ। ଖୁବ୍‌ ଶୀଘ୍ର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ସଂରକ୍ଷିତ ସିଟ୍‌ରେ ନାମଲେଖାରେ ସ୍ବଚ୍ଛତା ଆଣିବା, ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ଏବଂ ଫି ରେଗୁଲେଟୋରି କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ସୋମବାର ଆମରଣ ଅନଶନ କରାଯାଇଥିଲା। ସନ୍ଧ୍ୟାରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଓସେପା ପ୍ରକଳ୍ପ ନିର୍ଦେଶକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ନାଗାର୍ଜୁନ ସେଠୀ, ଭୁମୋହନ ପଟ୍ଟନାୟକ ଓ ଶଙ୍କର ସାମନ୍ତରାୟଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ନିର୍ଦେଶକଙ୍କ ସହ ଆଲୋଚନା କରିବା ପରେ ଆମରଣ ଅନଶନ ପ୍ରତ୍ୟାହାର କରାଯାଇଛି। ଯୁଗ୍ମ ସଚିବ ଅନୁରାଧା ସେନାପତି, ଓଡିଶା କର୍ମଚାରୀ ମହାମଞ୍ଚ ସଭାପତି ପ୍ରଭାତ ମହାନ୍ତି, ଉପଦେଷ୍ଟା ମନୋଜ ଜେନା, ଲଳିତ ପଟ୍ଟନାୟକ, ରମେଶ ମହାନ୍ତି ପ୍ରମୁଖ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଆମରଣ ଅନଶନରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ,ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ଦେବାଶିଷ ବସନ୍ତିଆ, ନନ୍ଦକିଶୋର ମଲ୍ଲିକ, ଆଶୁତୋଷ ନନ୍ଦ, ଶିଶିର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories