ଭୁବନେଶ୍ୱର : ଟ୍ରଲିରେ ଅସୁସ୍ଥ ମହିଳାଙ୍କୁ ତାଙ୍କ ସ୍ବାମୀ କଟକ ବଡ ମେଡିକାଲ ନେବା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର ଆେୟାଗ ପୁରୀ ସିଡିଏମଓ ଏବଂ କଟକ ବଡ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ରିେପାର୍ଟ ତଲବ କରିଛନ୍ତି। ଘଟଣାର ତଦନ୍ତ କରି ନଭେମ୍ବର ୧୨ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ଆେୟାଗଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ପ୍ରକାଶ ଯେ, ସାକ୍ଷୀଗୋପାଳ ରାସ ବିଦ୍ୟାଧରପୁର ଗ୍ରାମର କବୀର ଭୋଇ ନିଜ ଅସୁସ୍ଥ ପତ୍ନୀ ସୁକାନ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇଥିଲେ। ତାଙ୍କୁ କଟକ ବଡ ମେଡିକାଲ ନେବା ଲାଗି ଚିିକିତ୍ସା କରିଥିବା ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ସେଠାରେ ଆମ୍ବୁଲାନ୍ସ ନ ମିଳିବାରୁ କବୀର ତାଙ୍କ ପତ୍ନୀଙ୍କୁ ଟ୍ରଲିରେ କଟକ ଏସସିବି ମେଡିକାଲକୁ ନେଇଥିଲେ। ବିଳମ୍ବରେ ଡାକ୍ତରଖାନରେ ପହଞ୍ଚିବା କାରଣରୁ ସେଠାରେ ସୁକାନ୍ତିଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଉନ୍ନତମାନର ସ୍ବାସ୍ଥ୍ୟସେବା ଉପଲବ୍ଧ କରୁଥିବା ଘୋଷଣା କରୁଥିବା ବେଳେ ସୁକାନ୍ତିଙ୍କୁ କଟକ ନେବା ଲାଗି ଆମ୍ବୁଲାନ୍ସ ନ ମିଳିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର ପ୍ରକୃତ ଚିତ୍ରକୁ ପଦାରେ ପକାଇଥିବା ଅଭିେଯାଗ କରି ଛ ଜଣ ଆଇନଜୀବୀ ମାନବାଧିକାର ଆେୟାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାର ଗମ୍ଭୀରତା କାରଣରୁ ଆେୟାଗ ନିଜେ ତଦନ୍ତ କରିବା ସହ କବୀରଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିବେଦନ କରିଥିଲେ। ଏଥିସହ ସବୁ ଦୁସ୍ଥ ରୋଗୀଙ୍କ ପାଇଁ କିଭଳି ଆମ୍ବୁଲାନସ ସେବା ଯୋଗାଇ ଦିଆଯାଇପାରିବ ତାହାର ଅନୁଧ୍ୟାନ କରିବା ପାଇଁ ଏକ ସ୍ୱାଧୀନ କମିଟି ଗଠନ କରିବା ଲାଗିସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦେଶ ଦେବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା। କମିଶନର ସଦସ୍ୟ ଅସୀମ ଅମିତାଭ ଦାସ ଶୁଣାଣି କରି ଉପରୋକ୍ତ ନୋଟିସ ଜାରି କରିଛନ୍ତି।



