www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରେରଣା ସାଜିଲେ ପୂଜା ; ଅଳିଆରୁ ପାଇ ଫେରାଇଲେ ୩ ଲକ୍ଷର ସୁନା ଚେନ୍‌‌

ଭୁବନେଶ୍ୱର : ବଞ୍ଚିଛି ମାନବିକତା। ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ରହିଛି ପରୋପକାରୀ ଗୁଣ। ବର୍ତ୍ତମାନ ସମୟରେ ରାସ୍ତାରେ ଟଙ୍କା ହେଉ ଅଥବା ସାଧାରଣ ଜିନିଷ ଅନ୍ୟର ଜିନିଷ ପାଇ ଫେରାଇବା ଲୋକଙ୍କ ପାଇଁ ଅସମ୍ଭବ ହେଉଥିବା ଦେଖାଯାଉଛି। ତେବେ ଚିନ୍ତା କରନ୍ତୁ ଏଭଳି ସମୟରେ ଯେ କେହି ଯଦି ସୁନା ଚେନ୍‌‌ଟିଏ ପାଏ ତେବେ ସେ ଫେରାଇବ କି?। ତେବେ ଏହି ପ୍ରଶ୍ନର ଉତ୍ତର ସାଜିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଜଣେ ସ୍ୱଚ୍ଛ କର୍ମଚାରୀ। ଅଳିଆ ଗଦାରୁ ପ୍ରାୟ ୩ଲକ୍ଷ ଟଙ୍କାର ସୁନା ପାଇ ପାଇଁ ତାହାକୁ ଚେନ୍‌‌ର ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି। ତାଙ୍କର ଏଭଳି ମହାନ୍‌‌ କାର୍ଯ୍ୟକୁ ଚାରିଆଡେ ଭୁରି ଭୁରି ପ୍ରଶଂସା କରାଯାଉଛି। ଏହି ଘଟଣାଟି ଅନ୍ୟ କେଉଁଠାରେ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର। ଘଟଣା କ୍ରମେ, ବିଏମସି ଅଧୀନରେ କାର୍ଯ୍ୟରତ ପୂଜା ସିଂ ଏପରି ମହାନ୍‌‌ କାର୍ଯ୍ୟ କରିଛନ୍ତି।
ଏମସିସି କେନ୍ଦ୍ରରେ ଆର୍ବଜନା ପୃଥକୀକରଣ କରୁଥିବା ସମୟରେ ପୂଜା ଏହି ସୁନା ଚେନ୍‌‌ଟି ପାଇଥିଲେ। ସେ ଚେନ୍‌‌ ପାଇବା ପରେ ବିଏମସି କମିଶନରଙ୍କୁ ଯୋଗାଯୋଗ କରିବା ସହ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପ୍ରକୃତ ମାଲିକଙ୍କୁ ସୁନା ଚେନ୍‌‌ ଫେରାଇ ଦିଆଯାଇଥିଲା। ଏହାପରେ ଚେନ୍‌‌ର ପ୍ରକୃତ ମାଲିକଙ୍କୁ ଚେନ୍‌‌ ମିଳିବା ପରେ ସେ ଖୁବ ଖୁସି ହେବା ସହ ପୂଜାଙ୍କ ଏଭଳି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ମାଲିକଙ୍କୁ ଚେନ୍‌‌ ଫେରାଇ ଦେଇ ସେ ଆଜି ସମାଜ ପାଇଁ ପ୍ରେରଣା ସାଜିଛନ୍ତି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories