ଭୁବନେଶ୍ବର: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା । ଧୀରେ ଧୀରେ ହତ୍ୟା ଘଟଣା ଉପରୁ ହଟିବ ପରଦା । କାରଣ ଆଜି ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ତଦନ୍ତ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ଭଦ୍ରକରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଭଦ୍ରକ ଏସ୍ପି ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିବା ସହ ଘଟଣାର ତଦନ୍ତକୁ ନେଇ ଏସପିଙ୍କ ସହ ଟିମ୍ ଆଲୋଚନା କରୁଛି । ସୂଚନା ମୁତାବକ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ରାଜ୍ୟ ବାହାରକୁ ଯାଇଛି । ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ ହୋଇଛି। ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ଦଳ ଗଠନ କରାଯାଇଥିବା ସୂଚନା ମିଳିଛି ।
୫ ଜଣିଆ ଦଳ ହତ୍ୟା ମାମଲାର ତଦନ୍ତ କରିବ। ଅନ୍ୟ ୪ ଜଣିଆ ଦଳ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସହାୟତା କରିବ। ଘଟଣାଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଥିବାରୁ, ଗୋଟିଏ ଦଳ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକ ଯାଇ ତଦନ୍ତ କରିବ। ଅନ୍ୟ ତଦନ୍ତକାରୀ ଦଳ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବା ନେଇ ମୁତୟନ ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ପୂର୍ବରୁ ସୂଚନା ଦେଇଥିଲେ ।



