ଭୁବନେଶ୍ୱର : କମିଶନରେଟ ପୁଲିସ ପକ୍ଷରୁ ଶୁକ୍ରବାର ମହାଶିବରାତ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭିଡ ଉପରେ ନଜର ରଖାଯିବା ସହ ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ପୁଲିସ ଜଗିବେ।୫ ଏଡିସିପି, ୧୪ ଏସିପି, ୨୧ ଆଇଆଇସି, ୮୪ ଏସଆଇ, ୯୩ ଏଏସଆଇ ମୁତୟନ ହେବେ। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ଓଡ୍ରାଫ, ଅଗ୍ନିଶମ ଅଧିକାରୀ ରହିବେ। ସବୁଠି ସିସିଟିଭି ଲାଗିବ, ସାଧା ପୋଷାକରେ ପୁଲିସ ମୁତୟନ ରହିବେ। ଏନେଇ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
Popular Categories



