www.samajalive.in
Sunday, December 7, 2025
16.1 C
Bhubaneswar

ମୁଖ୍ୟ ସଚିବଙ୍କ ନିର୍ଦେଶକୁ ବର୍ଷେ ପୂରିଲା, କାର୍ଯ୍ୟକାରୀ ହେଲାନି ‘ବୈଦ୍ୟୁତିକ ଗାଡ଼ି’ ନୀତି

ଭୁବନେଶ୍ୱର: ଲୋକଙ୍କୁ ଧୂମବିହୀନ ଯାନ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଦ୍ୟୁତିକ ଗାଡି ନୀତି (ଇଭି-ପଲିସି) ଦୁଇବର୍ଷ ହେଲା କାର୍ଯ୍ୟକାରୀ ହେଲାଣି। ଏହି ନୀତିକୁ ୭ଟି ରାଜ୍ୟ ଆପଣାଇ ସାରିଥିବା ବେଳେ ଓଡ଼ିଶାରେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ହାତଛଡା କରିବା ସାଙ୍ଗକୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି। ଏହି ନୀତିକୁ ରାଜ୍ୟ ସରକାର ଆପଣାଇବା ଲାଗି ୨୦୧୯ ସେପ୍ଟେମ୍ବରରେ ମୁଖ୍ୟ ଶାସନସଚିବ ଅସିତକୁମାର ତ୍ରିପାଠୀ ଅର୍ଥ, ଶକ୍ତି ଓ ପରିବହନ ଭଳି କେତେକ ବିଭାଗକୁ ନିର୍ଦେଶ ଦେଇଥିଲେ। ମୁଖ୍ୟସଚିବଙ୍କ ନିର୍ଦେଶନାମାକୁ ବର୍ଷେ ପୂରିଥିଲେ ହେଁ ଇଭି ନୀତି କେବଳ କାଗଜକଲମରେ ବନ୍ଧା ପଡ଼ିଛି।

ମୁଖ୍ୟସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଅନୁଷ୍ଠିତ ବୈଠକରେ ପରିବହନ ବିଭାଗପକ୍ଷରୁ ଇଭି ନୀତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କେଉଁ ବିଭାଗର କିପ୍ରକାର ଦାୟିତ୍ୱ ରହିଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ବାବଦକୁ କ’ଣ ସବୁ ସହାୟତା ରହିଛି ତାହା ଦର୍ଶାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡୁ ସରକାର ଏହାକୁ ଆପଣାଇ ସାରିଛନ୍ତି। ଦିଲ୍ଲୀ ଏବଂ ତେଲଙ୍ଗାନା ସରକାର ମଧ୍ୟ ଏହି ନୀତି ଆପଣାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁ ରାଜ୍ୟ ଏହି ନୀତିତ୍ୱରିତ ଆପଣାଇବ ତାକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ମିଳିବ। ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର କିଭଳି ବୈଦ୍ୟୁତିକ ଗାଡି ଉତ୍ପାଦନ କରିବ ଏବଂ ରାଜ୍ୟର ବିଭିନ୍ନ ସହରରେ ଚଳାଇବ ତାହା ହିଁ ମୁଖ୍ୟ ପ୍ରସଙ୍ଗ। ଏଥିପାଇଁ ବୈଠକରେ ଅର୍ଥବିଭାଗକୁ ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା। ଆଲୋଚନାର ବର୍ଷେ ବିତି ଯାଇଥିଲେ ବି ଅର୍ଥ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ।

- Advertisement -

ଅନ୍ୟପକ୍ଷରେ ନଗର ଉନ୍ନୟନ ବିଭାଗ ଏଥିଲାଗି ମୁକ୍ତ ପାର୍କିଂ ବ୍ୟବସ୍ଥା କରିବା ସାଙ୍ଗକୁ ସହରରେ କେଉଁ ସ୍ଥାନରେ ଚାର୍ଜିଂସ୍ଥଳ କରାଯିବ ସେଥିଲାଗି ଜାଗା ଚିହ୍ନଟ କରିବା କଥା। ଶକ୍ତି ବିଭାଗ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ରହିଥିବାବେଳେ ଦକ୍ଷତା ଓ କୌଶଳ ବିଭାଗ ବୈଦ୍ୟୁତିକ ଗାଡିକୁ ପ୍ରୋତ୍ସାହିତ କରିବା, ପରିବହନ ବିଭାଗ ରାସ୍ତା ଟିକସ କମାଇବା ଭଳି ବିଭିନ୍ନ ପଦକ୍ଷେପ ନେବା ଲାଗି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ହେଲେ ସବୁ ଯେମିତି ଫାଇଲରେ ବନ୍ଧା ହୋଇ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories