ଲଣ୍ଡନ : ଅଶ୍ଳୀଳ ଫଟୋ ପାଇଁ ଜଣେ ବିବିସି ଉପସ୍ଥାପିକା ଜନୈକ ନାବାଳିକାକୁ ଭାରତୀୟ ମୁଦ୍ରାରେ ୩୭ଲକ୍ଷ ଟଙ୍କା ଦେଇଥିଲେ। ଏହି ଘଟଣାରେ ସଂପୃକ୍ତ ଉପସ୍ଥାପିକାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏହା ଏକ ଚାଞ୍ଚଲ୍ୟକର ଘଟଣା ହୋଇଥିବାରୁ ବ୍ରିଟେନର ସଂସ୍କୃତି ମନ୍ତ୍ରୀ ଏନେଇ ବିବିସିର ଡାଇରେକ୍ଟର ଜେନେରାଲ ଟିମ୍ ଡାଭିଙ୍କ ସହ ଆଲୋଚନା କରିଛନ୍ତି। ଘଟଣାର ଯାଞ୍ଚ ପାଇଁ ବିବିସିର ଏକ ଆଭ୍ୟନ୍ତରୀଣ କମିଟି ଗଠନ ହୋଇଥିବା ଜଣାପଡ଼ିଛି। ଏନେଇ ଲଣ୍ଡନର ମେଟ୍ରୋପୋଲିଟନ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଏ ନେଇ କୌଣସି ମାମଲା ରୁଜୁ ହୋଇନି। ପୁଲିସ ବିବିସି ସହିତ ଯୋଗାଯୋଗରେ ଥିବା ଜଣାପଡ଼ିଛି।
Popular Categories



