www.samajalive.in
Friday, December 12, 2025
17.1 C
Bhubaneswar

ଜଗନ୍ନାଥ ସଡ଼କରେ ବାଟଭୋଗ ସଂପନ୍ନ

ପିପିଲି: ପବିତ୍ର ହରିଶୟନ ଏକାଦଶୀ ତିଥି ଅବସରରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ତଥା ଜଗନ୍ନାଥ ସଡ଼କର ବିଭିନ୍ନ ଗ୍ରାମ୍ୟଛକଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରାଯାଇଛି। ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ସଜ୍ଜିତ ହୋଇ ପୁରୀ ବଡ଼ଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ସେହି ଦର୍ଶନରୁ ବଞ୍ଚିତ ଭକ୍ତମାନେ ପୁରୁଣା ଜଗନ୍ନାଥ ସଡ଼କକୁ ବଡଦାଣ୍ଡ ମନେକରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରିବାର ପରମ୍ପରା କେଉଁ ପୁରାତନ କାଳରୁ ରହିଆସିଛି। ସେହି ଅନୁଯାୟୀ ପ୍ରତିବର୍ଷ ଭଳି ଗୁରୁବାର ଅପରାହ୍ନରେ ଜଗନ୍ନାଥ ସଡକର ଉତ୍ତରାଛକ, ପୁବାଛକ, କୌଶଲ୍ୟାଗଙ୍ଗ, ଗୁଡିଆପୋଖରୀ, ଗୋବିନ୍ଦପୁର ଗ୍ରାମ୍ୟଛକ, ସିଉଳା, ଜଇସପାଟଣା, ପିପିଲି, ଖଣ୍ଡିଆଗିରୀ ଗ୍ରାମ୍ୟଛକ, ଦାଣ୍ଡମୁକୁନ୍ଦପୁର, ନିର୍ମଳା ସମେତ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରିଥିଲେ। ବିଶେଷ କରି ଚାଷୀ ପରିବାର ଲୋକେ ବିଭିନ୍ନ ପ୍ରକାର ଫଳ ଯଥା କଦଳୀ, ସପୁରୀ, ଅମୃତଭଣ୍ଡା, ପଣସ, ନଡିଆ, ସେଓ, ନାସପାତି, ପିଜୁଳି, କାକୁଡି, ଚୁଡାଘଷା ଆଦିକୁ ବେତରେ ପ୍ରସ୍ତୁତ ଧାନମପା ଗଉଣୀ(ପାତ୍ର)ରେ ରଖି ପୂଜା କରୁଥିବା ପରିଲକ୍ଷିତ ହୋଇଥିଲା। ଏହି ପୂଜା ଦ୍ୱାରା ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ କରୁଥିବା ବେଳେ କୃଷି ଓ କୃଷକର ଉନ୍ନତି ସାଧିତ ହେଉଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀଧର ନାୟକ, ବ୍ରଜକିଶୋର ପ୍ରଧାନ, ଓରକଳ ଗ୍ରାମର ମନୋଜ ସ୍ୱାଇଁ, ଗୁଡିଆପୋଖରୀର ଦୀନବନ୍ଧୁ ବେହୁରା, ସିଉଳାର ଗୌରମୋହନ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories