www.samajalive.in
Sunday, December 7, 2025
15.1 C
Bhubaneswar

ବାତ୍ୟା ଦାନା ଛଡାଇ ନେଲା ବର୍ଷକର ଦାନା

ବାସୁଦେବପୁର: ତାଣ୍ତବ ରଚିଲା ଚାଲିଗଲା ବାତ୍ୟା ଦାନା। ସବୁଠି ବାତ୍ୟା ବିଭୀଷିକା ଦେଖିବାକୁ ମିଳିଛି। ଅନେକ ଘର ଦ୍ଵାର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ବି ନଷ୍ଟ ହୋଇଯାଇଛି। ଏମିତିକି ବହୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିବାବେଳେ ପାନୀୟ ଜଳ ବିତରଣ ବି ଠପ୍ ହୋଇଯାଇଛି। ଶୁକ୍ରବାର ସମୟ ସକାଳ ୬ଟାରୁ ୭ଟା ମଧ୍ୟରେ ସୁ ସୁ ଗର୍ଜନ କରି ମାଡିଆସିଲା ପବନ। ଆଉ ତାପରେ ଭୀଷଣ ବର୍ଷା । ପବନର ବେଗ ଥିଲା ପ୍ରାୟ ୧୫୦ ରୁ ୧୮୦ କିଲୋମିଟର।  କିଛି ଘଣ୍ଟାରେ ରଚି ଦେଇଗଲା ତାଣ୍ତବ । ଆଉ ଧ୍ୱଂସ ବିଧ୍ୱଂସ କରିଦେଇ ଗଲା ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ। ଆଉ ଏ ଦୃଶ୍ୟ ହେଉଛି ବାତ୍ୟା ବିଭିଷିକା ପଦଚିହ୍ନ। ବାତ୍ୟା ଦାନା ଭୟରେ ଲୋକେ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ବାତ୍ୟା କମିବାରୁ ଘରେ ଆସି ଦେଖିଲା ବେଳକୁ ଏକ ବିଶାଳ ତେନ୍ତୁଳି ଗଛ ଘର ଉପରେ ପଡିଛି। ଗଛ ପଡି ଘରର ସମସ୍ତ ଆଜବେଷ୍ଟ କାନ୍ଥ ସବୁ ଭାଙ୍ଗି ଯିବା ସହ ଆସବାବପତ୍ର ବାହାର କରିବାକୁ ବି ପଶିବାକୁ ରାସ୍ତା ନାହିଁ । ଏପରିକି ବାସୁଦେବପୁରର ବିଭିନ୍ନ ଅଞ୍ଚଳରେ ପାଣିରେ ଭାସୁଛି ଶହ ଶହ ହେକ୍ଟର ଧାନ କ୍ଷେତ। ବାଡିରେ ଉଜୁଡି ପଡିଛି ପରିବା କ୍ଷେତ। ବାତ୍ୟା ପ୍ରକୋପରେ କେଉଁଠି ପାଚିଲା ଧାନ ତ ଆଉ ପୁଣି କେଉଁଠି ଥୋଡ ବାହାରିଥିବା ଧାନ ପବନ ମାଡରେ ସବୁ ବିଲରେ ଶୋଈ ପଡିଛି। ଆଉ ଧାନ ଉପରେ ବର୍ଷା ପାଣି ଜମି ରହି ଗଜା ହୋଇଯାଇଛି। ସ୍ୱଳ୍ପ ବୃଷ୍ଟିପାତ ପାଇଁ  ଚାଷ କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଏଥର ଫସଲ ଭଲ ହୋଇଥିଲା । ହେଲେ ଅମଳ ସମୟରେ ଦାଉ ସାଜିଲା ଦାନବ ରୂପକ ଦାନା । ଧାନ ଓ ପରିବା ଚାଷ ଉଜାଡିଦେଲା। ୠଣ ଆଣି ଚାଷ କରିଥିଲେ । ବର୍ଷକର ଦାନାକୁ ବାତ୍ୟା ଦାନା ଛଡାଇ ନେଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories