ଖୋର୍ଦ୍ଧା : ବରୁଣେଇରେ ବାରହା କବଳରେ ଥିବା ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ଏବଂ ବନ କର୍ମଚାରୀମାନେ ବାରହାକୁ ଘଉଡାଇ ପର୍ଯ୍ୟଟକ ମାନଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ରବିବାର ଛୁଟିଦିନ ଥିବାରୁ ବରୁଣେଇକୁ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ପୀଠରେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ସମୟରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହିଂସ୍ର ବାର୍ହା ଭୟରେ ୫ ପର୍ଯ୍ୟଟକ ଗଛ ଉପରେ ଆଶ୍ରୟ ନେଇଥିଲେ। ଆଜି ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ୍ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।
Popular Categories



