www.samajalive.in
Monday, December 8, 2025
27.1 C
Bhubaneswar

ମହୁଲପାଲି ଛକ ନିକଟରୁ ୪୦ଲକ୍ଷ ଟଙ୍କା ଜବତ ମାମଲା; ବାପା ଓ ପୁଅ ଗିରଫ

ବରଗଡ: ମହୁଲପାଲି ଛକ ନିକଟରୁ ଏକ କାର୍‌ରୁ ନଗଦ ୪୦ଲକ୍ଷ ଟଙ୍କା ଜବତ ଘଟଣା ପଦ୍ମପୁର ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ଗାଡି ମାଲିକ ମାଲିକ ଓମ ପ୍ରକାଶ ଅଗ୍ରୱାଲ୍ ଓ ତାଙ୍କ ପୁଅ ଆକାଶ ଅଗ୍ରୱାଲ । ବାପା ଓ ପୁଅ ସେହି ଅଞ୍ଚଳର ସୁନା ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ବିଜେପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ କାରରେ ବିପୁଳ ପରିମାଣ ଟଙ୍କା ନେବା ଯିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଉପନିର୍ବାଚନରେ ବଣ୍ଟା ଯାଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଶନିବାର ରାତି ୮ଟାରେ ମହୁଲପାଲି ଛକରୁ ଏକ କାର୍‌ରୁ ନଗଦ ୪୦ଲକ୍ଷ ଟଙ୍କା ଜବତ ହୋଇଥିଲା। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ପଦ୍ମପୁରରୁ ବରଗଡ଼ ଅଭିମୁଖେ ଯାଉଥିବା ଏକ ଜାଇଲୋ କାର୍‌କୁ ମହୁଲପାଲି ଛକରେ ତନଖି କରୁଥିବା ପଦ୍ମପୁର ଥାନାର ଏକ ଦଳ ଅଟକାଇଥିଲେ। ଯାଞ୍ଚବେଳେ ଏହି କାର୍‌ରେ ୪୦ଲକ୍ଷ ଟଙ୍କାର ୨ହଜାର ଓ ୫ଶହ ଟଙ୍କିଆ ନୋଟ ଥିବା ମିଳିଥିଲା। ପଚରାଉଚରା ବେଳେ ଉକ୍ତ କାର୍ ମାଲିକ ତଥା ପଦ୍ମପୁରର ମୀନାକ୍ଷୀ ଜୁଏଲର୍ସର ମାଲିକ ଆକାଶ ଅଗ୍ରୱାଲ ଏବଂ ତାଙ୍କ ଗାଡ଼ି ଡ୍ରାଇଭର କହିଥିଲେ ଯେ ସେମାନେ ଏହି ଟଙ୍କା ନେଇ ବରଗଡ଼ ଯାଉଥିଲେ। ରାତିରେ ସେଠାରେ ରହିବା ପରେ ରବିବାର ବରଗଡ଼ରୁ କିଛି ସୁନାଗହଣା ବ୍ୟବସାୟୀଙ୍କ ଠାରୁ ଗହଣା କିଣିଥା’ନ୍ତେ ଏହି ଟଙ୍କା ସେମାନଙ୍କୁ ଦିଆଯାଇଥା’ନ୍ତା।
ତେବେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ଉକ୍ତ ଗାଡ଼ି ଏବଂ ଟଙ୍କାକୁ ଜବତ କରି ଥାନାକୁ ଆଣିଥିବା ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ଟଙ୍କାକୁ ନେଇ ବରଗଡ଼ରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏହି ଟଙ୍କା ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ବଣ୍ଟା ହେବା ଉଦ୍ଦେଶ୍ୟ​‌େ​‌ର ଅଣାଯାଉଥିଲା ବୋଲି ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ପୁଲିସ ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରୀ ରଖିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories