www.samajalive.in
Friday, December 5, 2025
23.1 C
Bhubaneswar

ବାରବାଟୀ ଟ୍ବେଣ୍ଟି୨୦: ଆଜିଠୁ ଅନ୍‌ଲାଇନରେ ଟିକଟ ବିକ୍ରି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ମ୍ୟାଚ ପାଇଁ ସୋମବାରଠାରୁ ଅନ୍‌ଲାଇନ ଟିକଟ ବିକ୍ରି ଆରମ୍ଭ ହେବ। ସାଧାରଣ ଦର୍ଶକଙ୍କ ପାଇଁ ଏହି ଅନ୍‌ଲାଇନ ଟିକଟ କ୍ରୟ ନିମନ୍ତେ ୧ ତାରିଖ ଅପରାହ୍ଣ ୨ଟାରୁ ‘ଡ୍ରିଷ୍ଟିକ୍ଟ ବାଇ ଜମାଟୋ’ ୱେବସାଇଟ୍‌ କିମ୍ବା ଆପ୍‌ ଉପଲବ୍ଧ ହେବ। ଉକ୍ତ ଆପ୍‌ରେ ଦର୍ଶକ ଟିକଟ ବୁକିଂ କରିପାରି​‌େ​ବ। ଅନ୍‌ଲାଇନରେ ମୋଟ୍‌ ୨୦୦୦ ଟିକଟ ଉପଳବ୍ଧ ରହିବ। ଅନ୍‌ଲାଇନରେ ଗ୍ୟାଲେରୀ ନଂ ୨, ୪ ଓ ୭ ସହ ସହ ଏସି ବକ୍ସ ,ସ୍ପେଶାଲ ଏନକ୍ଲୋଜର ଓ ନ୍ୟୁ ପ୍ୟାଭିଲିୟନ ଟିକଟ ଉପଲବ୍ଧ ରହିବ। ଅନ୍‌ଲାଇନରେ ଜଣେ ବ୍ୟକ୍ତି ଅତି ବେଶିରେ ଦୁଇଟି ଟିକଟ ବୁକିଂ କରିପାରିବ।

ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା ବ୍ୟକ୍ତିମାନେ ବୁକିଂର ଅସଲି ରସିଦ ଦେଖାଇ ଡିସେମ୍ବର ୮ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଓ ୯ ତାରିଖ ସକାଳ ୯ଟାରୁ ଅପରାହ୍ଣ ୧ଟା ମଧ୍ୟରେ କେମ୍ବ୍ରିଜ ସ୍କୁଲ କାଉଣ୍ଟର ନିକଟରୁ ଟିକଟ ସଂଗ୍ରହ କରିପାରିବେ। ଅନ୍ୟପକ୍ଷରେ ଗତ ମ୍ୟାଚରେ ରହିଥିବା ଟିକଟ ମୂଲ୍ୟରେ କୌଣସି ବୃ୍ଦ୍ଧି କରାଯାଇନାହିଁ। ଟିକଟ ଦର ଅପରିବର୍ତ୍ତିତ ରହିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ବାରବାଟୀରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚରେ ଅନ୍‌ଲାଇନରେ ୪୦୦୦ ଟିକଟ ବିକ୍ରି କରାଯାଇଥିଲା। ଏଥିର ୨୦୦୦କୁ ହ୍ରାସ କରି ଦିଆଯାଇଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories