www.samajalive.in
Friday, December 12, 2025
23.1 C
Bhubaneswar

ମଣ୍ଡିରେ ଧାନ ନନେବାରୁ ଚାଷୀଙ୍କ ଫେରାଦ

ବାଙ୍କୀ: ଖରିଫ୍‍ ବଳକା ଧାନ ମଣ୍ଡିରେ ବିକ୍ରି କରିବା ବାଙ୍କୀରେ ଚାଲିଥିବା ବେଳେ ତୁଳସୀପୁର ସେବା ସମବାୟ ସମିତି ଧାନ ମଣ୍ଡି ନେଇ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଡିସେମ୍ବର ୩୦ତାରିଖରୁ ଏହି ମଣ୍ଡିରେ ଧାନ ନେବା ପ୍ରକ୍ରୀୟା ଚାଲିଥିଲା ବେଳେ ଗତକାଲି ମଧ୍ୟ ଧାନ ମିଲର ନେଇଥିଲା। ମାତ୍ର ଟୋକନ ପାଇଥିବା ୯୨ଠାରୁ ୯୮ପର୍ଯ୍ୟନ୍ତ ପ୍ରାୟ ୭ଜଣ ଚାଷୀ ମଣ୍ଡିରେ ଧାନ ଦେଇପାରି ନ ଥିବାରୁ କାରଣ ସମ୍ପର୍କରେ ତୁଳସୀପୁର ସେବା ସମବାୟ ସମିତି ସମ୍ପାଦକଙ୍କୁ ପଚାରିବାରୁ ଧାନ ନିଆଯିବ ନାହିଁ, ତୁମର ମାସ କଟିଯାଇଛି। ସନ୍ତୋଷ ଜନକ ଉତ୍ତର ନପାଇବାରୁ ଚାଷୀ ଅର୍ଜୁନ କୁମାର ସାହୁ,ନ ରୋତ୍ତମ ନାୟକ, ଜିଆଫତ୍‍ ଖାଁ, ସମସୁରା ବିବି, ସୁରେନ୍ଦ୍ର କୁମାରେ ସ୍ୱାଇଁ,ଅଶୋକ କୁମାର ମହାପାତ୍ର ଓ ଅକ୍ଷୀଳ ପରମାଣିକ ପ୍ରମୁଖ ସମ୍ପୃକ୍ତ ସମ୍ପାଦକଙ୍କ ମାସ ଆଳ ଦେଖାଇ ମଣ୍ଡିରେ ଅଭିଯୋଗ କାରୀ ଚାଷୀ ମାନଙ୍କର ଧାନ ନନେଇ ବରଂ ପରବର୍ତ୍ତୀ ଟୋକନ ଠାରୁ ଧାନ ନେଇଥିବା ଏକ ଲିଖିତ ଅଭିଯୋଗ ସହକାରୀ ନିବନ୍ଧକ ସରୋଜ କାନ୍ତ ଜେନାଙ୍କୁ ପ୍ରଦାନ କରିଛନ୍ତି। ଯଥାଶୀଘ୍ର ନିୟମ ଅନୁଯାୟୀ ମଣ୍ଡିରେ ଧାନ ନେବାପାଇଁ ଅନୁରୋଧ ଜଣାଇଛନ୍ତି। ଏ ସମ୍ପର୍କରେ ସହକାରୀ ନିବନ୍ଧକ ସରୋଜକାନ୍ତ ଜେନାଙ୍କୁ ପଚାରିବାରୁ ଶୁକ୍ରବାର ଦିନ ଅଭିଯୋଗ ଗ୍ରହଣ କରିଛି। ସେବା ସମବାୟ ସମିତିରେ ଏହାକୁ ଅନୁସନ୍ଧାନ କରିବାକୁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିଲାପରେ ୭ଦିନ ମଧ୍ୟରେ ଚାଷୀ ମାନଙ୍କର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଧାନ ନେବାର ବ୍ୟବସ୍ଥା କରାଯିବ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories