www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଚପଡାରେ ସ୍ୱଚ୍ଛ ଭାରତ ଅଭିଯାନ

ବାଙ୍କୀ: ଡମପଡା-ଚନ୍ଦକା ଅଭୟାରଣ୍ୟ ଅନ୍ତର୍ଗତ ଢୋଲକାଠ, ଡାହାଣିଗାଡିଆ, ପିଠାଖିଆ, ବେହେଣ୍ଟାସାହି ଓ ନୂଆକୂଅ ପ୍ରମୁଖ ପଞ୍ଚପଡାରେ ବନ ବିଭାଗ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନମୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ପଲିଥିନ୍‍ ବର୍ଜନ କରିବା ସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ସୋମବାର ଦିନ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଭୂବନେଶ୍ୱର ପକ୍ଷରୁ ପାଣି, ପବନ ଓ ପରିବେଶକୁ ନିର୍ମଳ ରଖିବା ପାଇଁ ପ୍ଲାଷ୍ଟିକ ବ୍ୟବହାର ବର୍ଜନୀୟ ବୋଲି ନୂଆକୂଅ ଓ ବେହେଣ୍ଟାସାହିରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅତିଥି ମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡିଏଫ୍‍ଓ କେଦାର ସ୍ୱାଇଁ,ସମ୍ମାନୀତ ଅତିଥି ଭାବରେ ଏସିଏଫ୍‍ ରମାକାନ୍ତ ନାୟକ, ଡମପଡା ରେଞ୍ଜର ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ଲୋକ ମାନଙ୍କୁ ସଚେତନ କରିବା ସହିତ କୋଭିଡ୍‍ ସମ୍ପର୍କିତ ବାର୍ତ୍ତା ପ୍ରଦାନ କରି ଲୋକ ମାନଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ସେହିପରି ମଙ୍ଗଳବାର ଦିନ ସ୍ଥାନୀୟ ଡାହାଣିଗାଡିଆ ଠାରେ ଅନୁରୂପ ଭାବରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଡାହାଣିଗାଡିଆ,ଢୋଲକାଠ ଓ ପିଠାଖିଆ ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହି ସଚେତନ ହୋଇଛନ୍ତି। ମୁଖ୍ୟ ଅତିଥି ଭାବରେ ବନ୍ୟ ପ୍ରାଣୀ ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ ଯୋଗଦେଇ ଅଭୟାରଣ୍ୟକୁ ପଲିଥିନ୍‍ ମୁକ୍ତ କରିବା ପାଇଁ ଜନସହଯୋଗ ଲୋଡିବା ସହିତ ଲୋକ ମାନଙ୍କୁ ସଚେତନ କରିଛନ୍ତି। ମଞ୍ଚରେ କାଲିପରି ସମ୍ମାନିତ ଅତିଥି ମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଫରେଷ୍ଟର ଓ ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories