www.samajalive.in
Saturday, December 6, 2025
26.1 C
Bhubaneswar

କଦଳୀବାଡିରେ ଧାଡିରୁଆ ଧାନଚାଷ ପାଇଁ ମାଗଣା ବିହନ ବଣ୍ଟନ

ବାଙ୍କୀ:ଚଳିତ ଖରିପ୍ ଋତୁରେ କଦଳୀବାଡି ପଞ୍ଚାୟତରେ ଧାଡିରୁଆ ଧାନଚାଷ କରିବା ପାଇଁ ଆଗ୍ରହୀ ଚାଷୀ ମାନଙ୍କୁ ମାଗଣାରେ ଧାନ ବିହନ ବଣ୍ଟନ କରାଯାଇଛି। କୃଷି ବିଭାଗର ଫସଲ ପର୍ଯ୍ୟବସିତ ପ୍ରଦର୍ଶନ କ୍ଷେତ୍ର ଯୋଜନାରେ ଧାଡିରୁଆ ପ୍ରଣାଳୀରେ ଧାନ ବିହନ ଯୋଗାଣ ଅଞ୍ଚଳର ଉତ୍ସାହୀ ଚାଷୀଙ୍କୁ ସମୃଦ୍ଧ କରିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ସୋମବାର ଦିନ କଦଳୀବାଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ବାଙ୍କୀ କୃଷି ସୂଚନା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଚାଷୀ ବେଣୁଧର ରଣା, ପବନୀ ଖଟୁଆ, ପ୍ରେମାନନ୍ଦ ସାହୁ, ବିଦ୍ୟାଧର ସାହୁ, ପ୍ରତିମା ବେଉଆ ପ୍ରମୁଖ ୧୫ଜଣ ଚାଷୀଙ୍କୁ ପ୍ରାମାଣିକ ଧାନ ବିହନ ବଣ୍ଟନ କରାଯାଇଛି। ନୂତନ ଭାବରେ ଯୋଗଦେଇଥିବା ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପାରମିତା କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କୁ ଧାନ ବିହନ ବଣ୍ଟନ କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଖଟୁଆ, ଗ୍ରାମ କୃଷି କର୍ମଚାରୀ ସନ୍ତୋଷ କୁମାର ସ୍ୱାଇଁ, ରାଜେଶ କୁମାର ଦାସ ପ୍ରମୁଖଙ୍କ ସହଯୋଗରେ ଏହି ବଣ୍ଟନ ପ୍ରକ୍ରିୟା ସଞ୍ଚାଳିତ ହୋଇଥିଲା। ବ୍ଲକ କୃଷି ଅଧିକାରୀ ସୁବ୍ରତ ପାଢୀଙ୍କ ସୂଚନା କ୍ରମରେ ଏହି ପଞ୍ଚାୟତରେ ପ୍ରାୟ ୧୩୩ଜଣ ଚାଷୀଙ୍କୁ ଖରିପ୍ ଧାଡିରୁଆ ଧାନ ଚାଷ ପାଇଁ ଧାନ ବିହନ ସହିତ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇଦିଆଯିବା ସମ୍ପର୍କରେ ଯୋଜନା ରହିଥିବା ପ୍ରକାଶ କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories