ବାଙ୍କୀ: ଡମପଡ଼ା ଅମରେନ୍ଦ୍ର ପ୍ରାଥମିକ କ୍ଲଷ୍ଟର ସ୍ତରୀୟ ବିଦାୟ ଓ ସ୍ୱାଗତକାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ବାଗୁଆ ପ୍ରାଥମିକ ବିଦ୍ୟାଳୟଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ବରିଷ୍ଠ କିରାଣୀ ସଞ୍ଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କବିରାଜ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡମପଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତିଙ୍କୁ ଅବସରକାଳୀନ ବିଦ୍ୟାଳୟ ସମ୍ବର୍ଦ୍ଧନା ଏବଂ କ୍ଲଷ୍ଟର୍ ସିଆରସିସି ଦିଲ୍ଲିପ ରାଉତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେହିପରି ଏହି କ୍ଲଷ୍ଟର୍ରେ ନୂତନ ସିଆରସିସି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସିଆର୍ସିସି ଦେବଜ୍ୟୋତୀ ପଣ୍ଡାଙ୍କୁ କ୍ଲଷ୍ଟର୍ ପକ୍ଷରୁ ଅନୁରୂପ ଭାବରେ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟତମ ବରିଷ୍ଠ ଅତିଥି ଭାବରେ ପ୍ରୀତମ୍ କୁମାରୀ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ବୁଦେ୍ଧଶ୍ୱର ବେହେରା ଯୋଗ ଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ଶୁଭକାମନା କରିଥିଲେ। ଉତ୍ସବରେ କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରିଥିଲେ।
Popular Categories



