www.samajalive.in
Tuesday, December 9, 2025
15.1 C
Bhubaneswar

ରଗଡ଼଼ି ପଞ୍ଚାୟତକୁ ନୋଡ଼ାଲ ଜିପି ଘୋଷଣା

ବାଙ୍କୀ: ବାଙ୍କୀ-ଡମପଡ଼ା ପଞ୍ଚାୟତ ସମିତି ଅଧିନ ରଗଡ଼଼ି ପଞ୍ଚାୟତକୁ ଟିପିସିଓଡ଼ିଏଲ୍‍ (ଟିପି ସେଣ୍ଟ୍ରାଲ୍‍ ଓଡ଼ିଶା ଡିଷ୍ଟ୍ରିବ୍ୟସନ୍‍ ଲିମିଟେଡ଼୍‍) ବାଙ୍କୀ-୧, ବିଦ୍ୟୁତ ବିଭାଗ, ବାଙ୍କୀ ଉପଖଣ୍ଡ, ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ରଗଡ଼଼ି ପଞ୍ଚାୟତକୁ ନୋଡ଼ାଲ ଜି.ପି. ଭାବରେ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ବୁଧବାର ଦିନ ବିଭାଗ ପକ୍ଷରୁ ରଗଡ଼଼ି ପଞ୍ଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ସହଯୋଗୀ ବୈଠକରେ ବିଦ୍ୟୁତ୍‍ ବିଭାଗ ଏସ୍‍.ଡି.ଓ ସୌମ୍ୟରଞ୍ଜନ ମହାପାତ୍ର ଏହା ଘୋଷଣା କରିଛନ୍ତି। ଏହାଦ୍ୱାରା ୨୪ଘଣ୍ଟିଆ ବିଦ୍ୟୁତ୍‍ ଗ୍ରାହକ ସେବା ସହିତ ଟାଟା ପକ୍ଷରୁ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଛାତ୍ରବୃତ୍ତି ସହ ବହୁ ସାମାଜିକ କାର୍ଯ୍ୟର ସହଯୋଗ ମିଳିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ମହାନ୍ତି, ସମିତିସଭ୍ୟ ଭାଗିରଥି ପାଣି, ନାଏବ ସରପଞ୍ଚ ଭାଗିରଥି ବେହେରା, କନିଷ୍ଠ ଯନ୍ତ୍ରୀ ଧୀରେନ ସ୍ୱାଇଁ, ଆଲୋକ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ। ଏସ୍‍.ଡି.ଓ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories