www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାମୀ ପରିଷଦ,ସ୍ତ୍ରୀ ହେଲେ ଏନଏସି ଅଧ୍ୟକ୍ଷା

ବାଙ୍କୀ: ବାଙ୍କୀ ଏନଏସି ନିର୍ବାଚନରେ ୪ନଂ ଓାର୍ଡ ପାଇଁ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢିଥିବା ସନାତନ ବେହେରା ତାଙ୍କର ନିକଟରମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ରମାକାନ୍ତ ସେଠୀଙ୍କୁ ୨୨୮ଖଣ୍ଡ ଭୋଟରେ ପରାସ୍ତ କରି ୪ନଂ ଓାର୍ଡର ପରିଷଦ ଭାବରେ ନିର୍ବାଚିତ ହୋଇଛନ୍ତି। ସେପଟେ ବାଙ୍କୀ ଏନଏସିର ଅଧ୍ୟକ୍ଷା ପଦ ପାଇଁ ନିଜର ସହଧର୍ମିଣୀ ବିଜେଡି ଦଳର ମାଣିକ ସାହୁ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ସୁଷମା ମହାପାତ୍ରଙ୍କୁ ୬୮୯ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବାଙ୍କୀ ଏନଏସିର ଅଧ୍ୟକ୍ଷା ପଦବୀ ଦଖଲ କରିଛନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀ ବିଜୁ ଜନତା ଦଳରୁ ୨ପଦବୀ ପାଇଁ ଲଢେଇ କରି ବିଜୟୀ ହୋଇଥିବାରୁ ଏହି ଦମ୍ପତ୍ତିଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ଓ ଅଭିନନ୍ଦନର ସୁଅ ସୁଟୁଛି। ବାଙ୍କୀ ଏନଏସିର ସର୍ବାଙ୍ଗୀନ ଉନ୍ନତି, ପାନୀୟଜଳ, ପରିମଳ ବ୍ୟବସ୍ଥା ସହିତ ସହରକୁ ଅଧିକ ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟ ସୁଗମ କରିବା ପାଇଁ ଗୁରୁତ୍ୱ ଦେବେ ବୋଲି ନବ ନିର୍ବାଚିତା ଅଧ୍ୟକ୍ଷା କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories