www.samajalive.in
Sunday, December 7, 2025
26.1 C
Bhubaneswar

ବାଙ୍କୀରେ ପଡିକାର୍ଡ ଧାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ଆରମ୍ଭ

ବାଙ୍କୀ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମରେ ବାଙ୍କୀ ଉପଖଣ୍ଡରେ ପଡିକାର୍ଡ ଧାରୀଙ୍କୁ ୧ହଜାର ଟଙ୍କାର ନଗଦ ଆର୍ଥିକ ସହାୟତା ପ୍ରଦାନ ଗୁରୁବାର ଦିନ ଆରମ୍ଭ ହୋଇଛି। ଏହି ଅବସରରେ ବାଙ୍କୀ-ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଡମପଡା ବ୍ଲକ ପାଇଁ ଆର୍ଥିକ ସହାୟତା ରାଶି ସଂକ୍ଷିପ୍ତ ଭାବରେ ପ୍ରଦାନ କରାଯାଇଛି। ବିଭିନ୍ନ ପଞ୍ଚାୟତର ୨୦ଜଣ ହିତାଧିକାରୀଙ୍କୁ ମଣ୍ଡଳ ଉନ୍ନୟନ ଅଧିକାରୀ ଇଂ. ଶ୍ୟାମଳ କୁମାର ରାୟ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର,ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ,ଉପାଧ୍ୟକ୍ଷା ରେବତୀ ଜେନା,ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ,ଅତିରିକ୍ତ ବିଡିଓ ପଲ୍ଲବୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳବେହେରା କାର୍ଯ୍ୟକ୍ରମ ସଞ୍ଜୋଜନା କରିଥିଲେ। ସୂଚନା କ୍ରମରେ ଡମପଡା ବ୍ଲକ ପାଇଁ ୨୨ହଜାର ୨୮ଜଣ ହିତାଧିକାରୀଙ୍କୁ ୨କୋଟି ୨୦ଲକ୍ଷ ୨୮ହଜାର,ବାଙ୍କୀ ବ୍ଲକ ନିମନ୍ତେ ୨୫ହଜାର ୫୯୬ଜଣଙ୍କୁ ୨କୋଟି ୫୫ଲକ୍ଷ ୯୬ହଜାର ଏବଂ ବାଙ୍କୀ ଏନ.ଏ.ସି ନିମନ୍ତେ ୨ହଜାର ୯୦୯ଜଣଙ୍କୁ ୨୯ଲକ୍ଷ ୯ହଜାର ଟଙ୍କାର ଆର୍ଥିକ ସହାୟତା ୭ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରକ୍ରୀୟା ଆଜିଠାରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି। ବାଙ୍କୀ ବ୍ଲକର ବାଉଁଶପୁଟ ଗ୍ରାମପଞ୍ଚାୟତରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ କରି ପଡିକାର୍ଡ ଧାରୀଙ୍କୁ ୧ହଜାର ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ଉଭୟ କାର୍ଯ୍ୟକ୍ରମରେ ବିଡିଓ ପ୍ରଦୀପ୍ତ କୁମାର ଶତପଥି ଉପସ୍ଥିତ ଥିଲେ। ବାଙ୍କୀ ଉପଖଣ୍ଡର ଡମପଡା ବ୍ଲକ,ବାଙ୍କୀ ବ୍ଲକ ଓ ବାଙ୍କୀ ଏନ.ଏ.ସିର ମୋଟ ୫୦ହଜାର ୫୩୩ଜଣ ହିତାଧିକାରୀ ଏହି ଯୋଜନାରେ ମୋଟ ୫କୋଟି ୫ଲକ୍ଷ ୩୩ହଜାର ଟଙ୍କା ସହାୟତା ରାଶି ପାଇବେ ବୋଲି ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories