www.samajalive.in
Wednesday, December 10, 2025
15.1 C
Bhubaneswar

ବାର୍ଷିକ ଆୟ ୯ କୋଟି, ହେଲେ ଚୋରି କରି ଖାଉଛନ୍ତି ସାଣ୍ଡୱିଜ୍

ଯଦି ଆପଣଙ୍କୁ କୁହାଯାଏ, ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ୯ କୋଟି ଟଙ୍କା ହେଲେ ସେ ଚୋରି କରି ଖାଉଛନ୍ତି, ତେବେ କ’ଣ ଆପଣ ଏହାକୁ ବିଶ୍ବାସ କରିବେ। ଅବିଶ୍ବାସ୍ୟ ଲାଗୁଥିଲେ ମଧ୍ୟ କଥାଟା ଏକଦମ୍ ସତ। ଏଭଳି ଘଟଣା ଲଣ୍ଡନରେ ଘଟିଛି। ଲଣ୍ଡନରେ କାମ କରୁଥିବା ଜଣେ ସିନିୟର ବଣ୍ଡ ଟ୍ରେଡରଙ୍କ ନାମରେ ଏହି ଅଭିଯୋଗ ହୋଇଛି। ଅଫିସ୍ କ୍ୟାଟିନରୁ ଥରେ କି ଦୁଇ ଥର ନୁହେଁ ବରଂ ଏକାଧିକ ଥର ସାଣ୍ଡୱିଜ୍ ଚୋରି କରି ଖାଇଥିବା ନେଇ ଅଭିଯୋଗ ହୋଇଛି। ସେ ହେଉଛନ୍ତି ପାରସ ଶାହ ଏବଂ ସେ ଭାରତୀୟ ବଂଶଜ ବୋଲି ଜଣାପଡିଛି।

ଡେଲି ମେଲ୍ ର ରିପୋର୍ଟ ଅନୁଯାୟୀ, ବ୍ୟାଙ୍କିଙ୍ଗ କମ୍ପାନୀ ସିଟି ଗ୍ରୁପ୍‌ ର ଉଚ୍ଚପଦସ୍ଥ କର୍ମଚାରୀ ପାରସ ଶାହ। ସେ ୨୦୧୭ରୁ ସିଟି ବ୍ୟାଙ୍କରେ ଯୋଗ ଦେଇଥିଲେ। କମ୍ପାନୀ ତରଫରୁ  ତାଙ୍କୁ ବାର୍ଷିକ ୯ କୋଟି ଟଙ୍କାର ଦରମା ମିଳେ। ଏହା ସହ ୟୁରୋପର ବଡ କ୍ରେଡିଟ ଟ୍ରେଡରଙ୍କ ମଧ୍ୟରୁ ପାରସ ହେଉଛନ୍ତି ଜଣେ। ସେ ୭ବର୍ଷ ଧରି ଏଚ୍ଏସ୍‌ବି କମ୍ପାନୀରେ କାମ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଚ୍ଚପଦସ୍ଥ କର୍ମଚାରୀ ଭାବେ କାର୍ଯ୍ୟ କରିବାରେ ତାଙ୍କର ଦକ୍ଷତା ରହିଛି।

- Advertisement -

କିନ୍ତୁ ତାଙ୍କର ଏହି କାର୍ଯ୍ୟକଳାପ ପାଇଁ କମ୍ପାନୀ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ପାରସ କେତେ ଥର ଏବଂ କେବେ କ୍ୟାଟିନରୁ ସାଣ୍ଡୱିଜ୍ ଚୋରି ଖାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ କମ୍ପାନୀ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛି। ତାଙ୍କ ଭାଇ ଡେଲି ମେଲକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାରସ ଚିଜ୍ ସାଣ୍ଡୱିଜ୍ ଖାଇବାକୁ ବହୁତ ପସନ୍ଦ କରନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories