www.samajalive.in
Monday, December 8, 2025
14.1 C
Bhubaneswar

ବ୍ୟାଙ୍କ ଜମା ଖାତାରୁ ୮୬ ହଜାରରୁ ଅଧିକ ଟଙ୍କା ଗାଏବ !

ଲୋଇସିଂହା : ଲୋଇସିଂହା ବ୍ଳକ୍ ଅର୍ନ୍ତଗତ ବୁର୍ଡା ଗାଁର ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଲୋଇସିଂହା ଶାଖାରେ ଜମା ଥିବା  ୮୬ ହଜାରରୁ ଅଧିକ ଟଙ୍କା ହେରଫେର ହୋଇଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ୱେ ବ୍ୟାଙ୍କ କର୍ତ୍ତୃପକ୍ଷ ଚରମ ଉଦାସୀନତା ପ୍ରଦର୍ଶନ କରୁଥିବା ଯୋଗୁଁ ବ୍ୟାଙ୍କ କର୍ତୃପକ୍ଷଙ୍କ ବିଶ୍ୱାସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶାରଳା ଏସ୍ଏଚ୍‌ଜିର ଅଭିଯୋଗ ଅନୁସାରେ ବୁର୍ଡା ଗାଁର ୧୧ ଜଣ ମହିଳାଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇଥିଲା। ନିୟମିତ ଭାବରେ ପ୍ରତି ମାସରେ ଅର୍ଥ ଜମା କରି ଆସୁଥିଲେ। କିଛି ବର୍ଷ ମଧ୍ୟରେ ସମୁଦାୟ ୬୫ ହଜାର ୫୨୯ ଟଙ୍କା ଜମା ହୋଇଥିଲା। ଏହା ପରେ ସେମାନେ କୃଷି କାର୍ଯ୍ୟ ପାଇଁ ବ୍ୟାଙ୍କରୁ  ୩ ଲକ୍ଷ ଟଙ୍କା ଋଣ ନେଇ ପ୍ରତି ମାସ ୫୫୦୦ ଟଙ୍କା ଲେଖାଏଁ ଋଣ ପରିଶୋଧ କରି ଆସୁଥିଲେ। ମାତ୍ର ସେମାନଙ୍କ ଅଜାଣତରେ ଗତ ୨୦୧୯ ଜାନୁଆରି ୧୬ ତାରିଖରେ ୭୮ହଜାର ୮ଶହ ଟଙ୍କା ଓ ସେହି ବର୍ଷ ମେ ୩୧ ତାରିଖରେ ୭ହଜାର ୪୯୦ ଟଙ୍କା ସମୁଦାୟ ୮୬ହଜାର ୨୯୦ ଟଙ୍କା ଜମା ଖାତା ୩୦୮୧୭୮୬୯୬୦୬ ରୁ ୩୯୯୮୩୧୦୩୯୪୧୨କୁ ଟ୍ରାନ୍ସପର କରାଯାଇଛି। ଏହି ଆକାଉଣ୍ଟ କାହାର ଓ କିପରି ଟଙ୍କା ଟ୍ରାନ୍ସପର୍ କରାଗଲା ସୂଚନା ଦେବା ସହ ଏହି ଅର୍ଥ ପୂର୍ବ ଆକାଉଣ୍ଟକୁ ଫେରାଇ ଆଣିବା ପାଇଁ ଗତ ପ୍ରାୟ ୨ ବର୍ଷ ହେଲା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୋଷ୍ଠୀର ସଭ୍ୟାମାନେ ଅନୁରୋଧ କରୁଛନ୍ତି। ତେବେ ବ୍ୟାଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ଏହି ପରିସ୍ଥିତିରେ ଗତ ୬ ତାରିଖରେ ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଲୋଇସିଂହା ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଏନେଇ ଶାଖା ପରିଚାଳକଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories