www.samajalive.in
Monday, December 8, 2025
27.1 C
Bhubaneswar

ବଡ ପୋଖରିଆ ଗୋପିନାଥପୁରରେ ହାତୀ ଉପଦ୍ରବ

ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ଥିବା ଗୋପିନାଥପୁର ପଞ୍ଚାୟତ ବଡପୋଖରୀଆ ଅଞ୍ଚଳରେ ହାତୀମାନଙ୍କର ଉପଦ୍ରବ କାରଣରୁ, ଗୋପିନାଥପୁର ଅଞ୍ଚଳର ଚାଷୀମାନଙ୍କ ଭିତରେ ଭାଳେଣି ପଡିଛି। ୨୦ ରୁ ୨୫ ହାତୀ ସଂଘବଦ୍ଧ ହୋଇ ଚିତ୍ରକୂଟ ପାହାଡ ଜଙ୍ଗଲରେ ରହୁଥିବା ବେଳେ, ତାଙ୍କର ଚରାଭୂଇଁ ପାଲଟିଛି ଉଗ୍ରତାରା ଅଞ୍ଚଳ ପର୍ଯ୍ୟନ୍ତ। ଗୋପିନାଥପୁର ପଞ୍ଚାୟତ ଚିତ୍ରକୂଟ ପାହଡ ତଳ ପଞ୍ଚାୟତ ହୋଇଥିବାରୁ ହାତୀ ପ୍ରତ୍ୟେହ ଫଳନ୍ତି ଧାନ ଚାଷ ବିଲ ମଧ୍ୟରେ ରିତିମତ ଯିବା ଆସିବା କରିବା କାରଣରୁ ଫସଲ ଅମଳ ସମୟରେ ଅନେକ କ୍ଷତି କରିଛନ୍ତି। ହାତୀମାନଙ୍କର ଗମନାଗମନ ଉପରେ ଜଙ୍ଗଲ ବିଭାଗ କର୍ମଚାରୀ ଦୃଷ୍ଟିରଖିଥିଲେ ମଧ୍ୟ, ଅନେକ ଧାନ ଜମି ଦେଇ ଯିବା ଓ ଧାନ ଗୁଡିକୁ ଦଳିଚକଟି ନଷ୍ଟ କରିଦେବା କାରଣରୁ, ଅନେକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଗାଁର ଚାଷୀ ବାସୁ ପ୍ରହରାଜ, ସନ୍ତୋଷ ପ୍ରହରାଜ, ଗୋପାଳଚନ୍ଦ୍ର ପ୍ରହରାଜ ଓ ଶଙ୍କର ପଲେଇ। ସରକାରଙ୍କର ଦୃଷ୍ଟି ଆକର୍ଷଣ ଓ ଜଙ୍ଗଲ ବିଭାଗର ଏ ଦିଗ ଉପରେ ଦୃଷ୍ଟି ଦେବା ପାଇଁ ଅନେକ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏହି ଅଞ୍ଚଳରେ ଭଲ ଅମଳ ହେବା ଆଶା କରାଯାଉଥିବାବେଳେ, ହାତୀମାନଙ୍କର ଉପଦ୍ରବ ଚାଷୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories