www.samajalive.in
Tuesday, December 9, 2025
17.1 C
Bhubaneswar

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବ୍ୟାଙ୍କ ଅଫ ବରୋଦା ଏକ ନମ୍ବର

ମୁମ୍ବଇ: ଦେଶରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବ୍ୟାଙ୍କ ଅଫ ବରୋଦା ଅଗ୍ରଣୀ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରୀ ଓ ମାର୍ଚ୍ଚ ମାସ ନିମନ୍ତେ ଜାରି ଡିଜିଟାଲ ପେମେଣ୍ଟ ରିପୋର୍ଟରେ ବ୍ୟାଙ୍କ ଅଫ ବରୋଦା ୮୬% ନମ୍ବର ରଖିବା ସହିତ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଏହି ରିପୋର୍ଟ ତାଲିମାରେ ମୋଟ ୪୪ଟି ରାଷ୍ଟ୍ରାୟତ୍ତ, ବେସରକାରୀ, ବିଦେଶୀ ବ୍ୟାଙ୍କ, ପେମେଣ୍ଟ ବ୍ୟାଙ୍କ, କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ ସ୍ଥାନ ପାଇଛନ୍ତି। ଏଥିରେ ଡିଜିଟାଲ ବ୍ୟବସାୟ ଉପରେ ଧାର୍ଯ୍ୟ ବିଭିନ୍ନ ମାନଦଣ୍ଡରେ ବ୍ୟାଙ୍କ ଉତ୍ତମ ପ୍ରଦର୍ଶନ କରିଥିଲା। ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ ଖୁରାନା କହିଛନ୍ତି, କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଡିଜିଟାଲ ପେମେଣ୍ଟ ତାଲିକାରେ ବ୍ୟାଙ୍କ ଅଫ ବରୋଦା ଏକ ନମ୍ବର ସ୍ଥାନ ଅଧିକାର କରିବା, ଏକ ଡିଜିଟାଲ ବିଶ୍ୱରେ ସୃଷ୍ଟି ହେଉଥିବା ନୂଆ ନୂଆ ବ୍ୟବସାୟ ସେପାନ ନିମନ୍ତେ ବ୍ୟାଙ୍କ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରେରିତ କରିବ। ବ୍ୟାଙ୍କର ମୁଖ୍ୟ ଡିଜିଟାଲ ଅଧିକାରୀ ଅଖିଳ ହାଣ୍ଡା କହିଛନ୍ତି, ଗ୍ରାହକଙ୍କ ଆବଶ୍ୟକତା ପ୍ରତି ବ୍ୟାଙ୍କ ଅତ୍ୟନ୍ତ ଯତ୍ନର ସହିତ ଧ୍ୟାନ ଦେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories