www.samajalive.in
Tuesday, December 9, 2025
16.1 C
Bhubaneswar

ଛପର ନଥିବା ମାଟିକାନ୍ଥ ଘରେ ବିତୁଛି ରାଧାଚରଣଙ୍କ ଜୀବନ 

ବେଗୁନିଆ : ସରକାର ଲୋକମାନଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ ବଦ୍ଧ ପରିକର ହୋଇଥିବାବେଳେ କିଛି ପ୍ରଶାସନିକ ଅଧିକାରୀ ଏବଂ ଗ୍ରାମ୍ୟର ଅସାଧୁ ବ୍ୟକ୍ତିଙ୍କ ପାଇଁ ବହୁତ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି ।କିନ୍ତୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ପଞ୍ଚାୟତର ବେତରଜଙ୍ଗ ମୌଜାରେ ବାସ କରୁଥିବା ରାଧାଚରଣ ସ୍ୱାଇଁ(୭୪) । ବାସଗୃହ ପରି ଏକ ମୌଳିକ ସୁବିଧା ନପାଇ କଲବଲ ହୋଇ ସେ ଜୀବନ ଅତିବାହିତ କରୁଛନ୍ତି ।ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ୟ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ରାଧାଚରଣ ସ୍ଵାଇଁ ମୂଲ ଲାଗି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ ।ତାଙ୍କର ଦୁଇପୁଅ ଚକ୍ରଧର ଏବଂ ବିଜୟ ବିବାହ କରି ସାରିବା ପରେ ବୃଦ୍ଧ ବାପାଙ୍କୁ ଛାଡି ନିଜର ପତ୍ନୀ ଏବଂ ପିଲାମାନଙ୍କୁ ଧରି ଅନ୍ୟତ୍ର ରହୁଛନ୍ତି ।ରାଧାଚରଣଙ୍କ ପତ୍ନୀ ଗତ ୫ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୫ କେ ଜି ଚାଉଳ ଏବଂ ଭତ୍ତା ୫୦୦ଟଙ୍କା ହେଉଛି ତାଙ୍କର ସମ୍ବଳ ।ସେଥିରେ ମାସ ଯାକ ଚଳିବା ସମ୍ଭବ ହେଉନଥିବା ବେଳେ ଦିନେ ଖାଇଲେ ଦିନେ ଉପବାସ ରହିବାକୁ ପଡୁଛି ।ଶରୀର ଦୁର୍ବଳ ହେବା ଯୋଗୁଁ ନିଜେ ମଧ୍ୟ ଆଉ ରୋଷେଇ କରି ଖାଇ ପାରୁନାହାନ୍ତି ।ତାଙ୍କ ଜୀବନ ଏବେ ବିତୁଛି ଛପର ନଥିବା ଭଙ୍ଗା ମାଟିକାନ୍ଥ ଏବଂ କବାଟ ନଥିବା ଏକ ଘରେ ।କବାଟ ବଦଳରେ ଖଣ୍ଡେ ଭଙ୍ଗା ଆଜବେଷ୍ଟସ ଦୁଆରବନ୍ଧରେ ଆଉଯା ହୋଇ ରହି ତାହା ଅଧା କବାଟର କାମ କରୁଛି ।ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ସେ ସେହି ଭଙ୍ଗା ଘରେ ରହୁଛନ୍ତି ।ସାମାନ୍ୟ ବର୍ଷା ହେଲେ ଘରେ ପାଣି ପଶି ଆଣ୍ଠିଏ ହେବା ସହିତ ସାପ ବେଙ୍ଗ ମଧ୍ୟ ଘରେ ପସିଯାଉଛନ୍ତି । ଅତି ଦୁର୍ଦଶା ମଧ୍ୟରେ ରାଧାଚରଣ ଜୀବନ ଅତିବାହିତ କରୁଥିବାବେଳେ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ଏବେ ଶରୀର ଦୁର୍ବଳ ଯୋଗୁଁ ଆଉ ଦୌଡ଼ି ନପାରି ଆବାସ ଯୋଜନାର ଆଶା ଛାଡି ନିରାଶ ହୋଇ ବସିଛନ୍ତି ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories