ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଲେ ନବରଙ୍ଗପୁର ଛାତ୍ରୀ ବନିତା ଦାସ
ନବରଙ୍ଗପୁର: ଚଳିତବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଲେ ଓଡିଶାର ଛାତ୍ରୀ ନବରଙ୍ଗପୁରର ବନିତା ଦାସ। ସମସ୍ତ ଏଥିପାଇଁ ତାଙ୍କୁ ଏକଲକ୍ଷ ଟଙ୍କା ପୁରସ୍କାର ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ସ୍ମୃତି ଇନାନୀଙ୍କର ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଆଭାଷୀ ମାଧ୍ୟମରେ ପୁରସ୍କାର ପାଇବାକୁ ଥିବା ଦେଶର କୃତି ଛାତ୍ରଛାତ୍ରୀମାନଙ୍କର ସହିତ କଥା ହୋଇଥିଲେ। ବନିତାଙ୍କୁ ମହାକାଶ ବିଜ୍ଞାନରେ ଏକ କ୍ଷୁଦ୍ର ଗ୍ରହ ଆବିଷ୍କାର, କରୋନା ଦାଉରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ନିର୍ମିତ ସ୍ୱଚାଳିତ ସାନିଟାଇଜର ବିଦ୍ୟାଳୟ ବ୍ୟାଗ ଓ ସ୍ୱଚ୍ଛତା ଅଭିଯାନରେ ନର୍ମଦା ନଦୀର ଉଦ୍ଗମ ସ୍ଥଳରେ କରିଥିବା ପ୍ରକଳ୍ପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେ ଚଳିତବର୍ଷ ଓଡିଶାରୁ ଏହି ପୁରସ୍କାର ପାଇ ସମଗ୍ର ରାଜ୍ୟକୁ ଗର୍ବିତ କରିଛନ୍ତି।
Comments are closed.