www.samajalive.in
Sunday, December 7, 2025
16.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ମାରାଥନ ଚଢ଼ାଉ : ୧୧୧ଲିଟର ମଦ ଜବତ ସହ ୬ଗିରଫ

ବିନିକା/ଫୁଲମୁଠୀ : ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାକର ବିନିକା ଅଞ୍ଚଳରେ ମଦ ଜବତ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବିନିକା ଅବକାରୀ ଉପନିରୀକ୍ଷକଙ୍କ କ୍ଷମତାପ୍ରାପ୍ତ ଅଞ୍ଚଳରେ ଚଢ଼ାଉକରି ବେଆଇନ ମଦ ରଖିଥିବା ଅଭିଯୋଗରେ ୬ଜଣକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ସମୁଦାୟ ୧୧୧ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି।

ବିନିକା ଅବକାରୀ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁସାରେ, ଭଣ୍ଡାର ଗ୍ରାମର ଗୌରୀ ଜଗତ (୫୧) ଓ ସେହି ଗ୍ରାମର ସନ୍ତୋଷ ବେହେରା (୬୦) ଉଭୟଙ୍କ ଠାରୁ ୧୬ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଚେରୁପାଲି ନିକଟସ୍ତ ରଙ୍ଗିଆଟିକ୍ରା ଗ୍ରାମର ଭରତ ସାହୁ (୨୨)ଙ୍କ ଠାରୁ ୨୫ଲିଟର ଓ ଚେରୁପାଲି ଗ୍ରାମର ଆନନ୍ଦ ଭୋଇ (୩୨)ଙ୍କ ଠାରୁ ୨୦ ଲିଟର ମବଦ ଜବତ କରାଯାଇଥିବା ବେଳେ ବିନିକା ସହରର ରାଘବ ଗୁରୁ (୪୦)ଙ୍କ ଠାରୁ ୩୦ଲିଟର ମଦ ବିନିକା ଅବକାରୀ ବିଭାଗ ଜବତ କରିଛି। ସେହିପରି ଗୁଲୁଣ୍ଡା ଗ୍ରାମର ନାରାୟଣ ସାହୁ (୬୦) ଙ୍କ ଠାରୁ ୨୦ଲିଟର ଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି। ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଶା କାରବାର ବୃଦ୍ଧି ପାଉଥିବା ଖବର ଅବକାରୀ ବିଭାଗ ସୂଚନା ପାଇବା ପରେ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ସାମୁଏଲ୍‍ ଏକ୍କାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଟିମ୍‍ ବିଭିନ୍ନ ସ୍ଥାନକୁ ଯାଇ ମାରାଥନ ଚଢ଼ାଉ କରିଥିଲା। ଏହି ଚଢ଼ଉରେ ବିନିକା ଅବକାରୀ ଉପନିରୀକ୍ଷକ ଲକ୍ଷ୍ମଣ ପଣ୍ଡାଙ୍କ ସମେତ ଏଏସ୍‍ଆଇ କେଶବ ଧରୁଆ, ବନମାଲୀ ରଣା, କିର୍ତ୍ତନ ନାଏକ, ସବିତା ପଟ୍ଟନାୟକ, ପୃଥ୍ୱୀରାଜ କଅଁର, ଭେଙ୍କଟରମଣ ବେହେରା ଓ ମମତା ବାଗ ପ୍ରମୁଖ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ। ତେବେ ଚଢ଼ଉ ସହିତ ସମସ୍ତଙ୍କ ଠାରୁ ମଦ ଜବତ ପରେ ଉପରୋକ୍ତ ବ୍ୟକ୍ତିମାନଙ୍କ ନାମରେ ବିନିକା ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ସନ୍ଧ୍ୟା ସୁଦ୍ଧା ସମସ୍ତ ଗିରଫ ଆସାମୀ ମାନଙ୍କୁ ବିନିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିବା ବିନିକା ଅବକାରୀ ଉପନିରୀକ୍ଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories